STORYMIRROR

Kulamani Sarangi

Others

3  

Kulamani Sarangi

Others

ଆସ ହେବ ରାଜରାଣୀ

ଆସ ହେବ ରାଜରାଣୀ

1 min
13.4K


ଆସ ହେବ ରାଜରାଣୀ .............................. ବିଦାୟ ବେଳରେ ଅଶ୍ରୁଳ ଆଖିରେ କହନ୍ତି ମୁରଲୀ ପାଣି ସଙ୍ଗେଆସ ରାଧେ ମଥୁରା କଟକେ ହେବ ମୋର ରାଜ ରାଣୀ।୧। ଶୁଖିଲା ଚେନାଏ ହସକୁ ଫୁଟାଇ ଅଞ୍ଚଳରେ ପୋଛି ଲୁହ, କହନ୍ତି ରାଧିକା"ତୁମେ ରଜାପୁଅ ମୁଁ ପରା ଗଉଡ ଝିଅ।୨। ଇଚ୍ଛା ନାହିଁ ମୋର ମଥୁରା କଟକେ ହେବାପାଇଁ ରାଜରାଣୀ, ରାଜକାର୍ଯ୍ୟେ ମଜ୍ଜି ମତେ ନଚାହିଁଲେ ବଂଚିକି ପାରିବି ପୁଣି?।୩। ଛନ୍ଦାଚରଣ ହେ କୁଞ୍ଜଦ୍ବାରେ ତୁମ ରାଧିକାମୋହନ ବେଶ, ଦେଖିବାକୁ ପାଇବିନି ମଥୁରାକୁ ଗଲେ ହେ ଯାଦବ ଈଶ।୪। ମସ୍ତକରେ ତୁମ ଥିବ ରାଜଦଣ୍ଡ ନଥିବ ମୟୂର ଚୁଳ, ଆସଗୋ ରାଧିକେ ବୋଲି ବଂଶୀସୁରେ ଡାକିବା ନଥିବ ବେଳ।୫। କୁଞ୍ଜ ତମାଳରେ ଯମୁନା ବାଲିରେ ରଚୁଥିଲ ଯେଉଁ ରାସ, ମଥୁରା କଟକେ ସେ ସବୁ ସପନ ହେବହେ ରାଧିକା ଈଶ।୬। ଦେଖି ପାରିବିନି ସହି ପାରିବିନି ତୁମକୁ ନୂଆ ରୂପରେ, ଶ୍ରେୟ ତାହାଠାରୁ ବଂଚିବା ଜୀବନେ ତୁମ ସ୍ମୃତି ସପନରେ।୭। ତୁମ ସ୍ମୃତି ଖୋଜି ବୁଲିବି ମୁଁ ଏଠି ଯମୁନାକୂଳ କାନନେ, ଚାହିଁ ତୁମପଥ ଘୂରି ବୁଲୁଥିବି ତମାଳ କୁଞ୍ଜେ ବିପିନେ।୮। ସେ ପ୍ରତୀକ୍ଷା ମୋର ପରିଚୟ କାହ୍ନା ସେଯନ୍ତ୍ରଣା ମୋ ଜୀବନ ମଥୁରାର ରାଣୀ ହେବାଠାରୁ ତାହା ଶ୍ରେୟ ମୋ ସହସ୍ର ଗୁଣ।୯।

କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍