ଆସ ହେ ଉଣେଶି
ଆସ ହେ ଉଣେଶି
1 min
324
ପୀୟୁଷ ପରଶେ ଦିଅ ହେ ଉଣେଶି
ହସୁ ସସାଗରା ଧରା
ନବୀନ ଅରୁଣ କିରଣେ ଝଲସୁ
ମହକୁ ମୁଲକ ସାରା ।।
ଯାଇଛି ଅଠର ଆଣିଛି ଉଣେଶି
ସ୍ମୃତି ଅନୁଭୂତି ପେଡି
ନବ ଉନ୍ମାଦନା ନବୀନ ପୁଲକେ
ବିତିଯାଉ ଦିନ ରାତି ।।
ପ୍ରତୀକ୍ଷାର ଅନ୍ତ ଘଟାଅ ସଅଳ
ଆସ ଧରି ନୂଆ ଆଶା
କରେ ଅନୁନୟ ଶିଖୁ ଏ ସମୟ
ପରିବର୍ତ୍ତନର ଭାଷା ।।
ପୁର ପଲ୍ଲୀ ଗ୍ରାମ ଦେଶ ଆଉ ବିଶ୍ୱ
ତୁମ ଆଗମନେ ହସୁ
ତୁମ ଅବସ୍ଥାନ ସବୁରି ମନରେ
ଦେଶପ୍ରେମ ଭାବ ଜାଗୁ ।।
ସୁଶାନ୍ତ ପ୍ରଧାନ
ବଂଧହୁଡା
ନରସିଂହପୁର କଟକ
