STORYMIRROR

pravasini Senapati

Others

3  

pravasini Senapati

Others

ଆସ ହେ ନୂଆ ବରଷ

ଆସ ହେ ନୂଆ ବରଷ

1 min
229

ଆସିବ ବୋଲି ତ ରହିଛୁ ଅନାଇ

ଆସ ଆସ ତୁମେ ଆସ......

ଅତି ଆନନ୍ଦରେ ସ୍ୱାଗତ କରିବୁ

ଆସ ହେ ନୂଆ ବରଷ ।

ଆସ ହେ ନୂଆ ବରଷ ।।


ବିଗତ ଦିନର ଦୁଃଖ ଓ ଯନ୍ତ୍ରଣା

କରୋନା ର ଅଟ୍ଟହାସ୍ୟ.....

ଦୂର ହୋଇଯାଉ ତୁମ ଆଗମନେ

ଯେତେ ସବୁ ଦୁଃଖ କ୍ଳେଶ ।

ଆସ ହେ ନୂଆ ବରଷ ।।


ନୂଆ ଉଦ୍ଦୀପନା, ନୂଆ ସମ୍ଭାବନା

ନୂଆ ସ୍ୱପ୍ନ ନେଇ ଆସ... .

ଦିଅ ହେ ଦୂରେଇ, ଭଲ ଲାଗୁନାହିଁ

ଆଉ ଏହି କାରାବାସ ।

ଆସ ହେ ନୂଆ ବରଷ ।।


ଅଭିଶପ୍ତ ଏହି ପୁରୁଣା ବରଷ

କରିଛି ଯା' ସର୍ବନାଶ.....

ସବୁରି ଆଖିରୁ ଲୁହ ପୋଛି ତୁମେ

ଓଠରେ ଫୁଟାଅ ହସ 

ଆସ ହେ ନୂଆ ବରଷ ।

ଆସ ହେ ନୂଆ ବରଷ।।


ପ୍ରଭୁ ଜଗନ୍ନାଥ ଙ୍କ କରୁଣାରୁ ଏହି ନୂତନ ବର୍ଷଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ


Rate this content
Log in