STORYMIRROR

Dr.Sashi Bhushan Mohapatra

Others

4  

Dr.Sashi Bhushan Mohapatra

Others

ଆସ ଦେଖିବା ସ୍ଵପ୍ନ

ଆସ ଦେଖିବା ସ୍ଵପ୍ନ

1 min
316

ଆସ ଦେଖିବା ସ୍ଵପ୍ନ

********************** ଡଃ. ଶଶୀ ଭୂଷଣ ମହାପାତ୍ର

ଜୀବନକୁ ସ୍ଵପ୍ଣମୟ କରିବାକୁ

ସ୍ଵପ୍ନ ସବୁ ପ୍ରତୀକ୍ଷାରେ ରହିଛନ୍ତି

ଆଖିରେ ଖୁନ୍ଦି ହୋଇ ରହିବାକୁ,

ଗୋଟିଏ ସ୍ୱପ୍ନର ପଛରେ

ଅନେକ ସ୍ବପ୍ନଙ୍କର ଧାଡି  

ଆସ ଦେଖିବା ସ୍ୱପ୍ନ !


ସ୍ୱପ୍ନରେ ସବୁ ଅଛି

ଇନ୍ଦ୍ରଧନୁର ରଙ୍ଗ ଅଛି ,

ଦେଖିବାକୁ ସ୍ୱପ୍ନଟିଏ

ସାରା ରାତି କି’ଏ

ଆଖିକୁ ବୁଜୁଛି,

ଆଉ କିଏ ଉଜାଗର

ଆଖି ଖୋଲି ଦେଖିବାକୁ ସ୍ୱପ୍ନ |


ସ୍ୱପ୍ନକୁ ଦେଖିବାରେ

ବହଳିଆ ଗହମ ନିଦ ଦରକାର ନାହିଁ ,

ଆଖିପତା ଖୋଲିଲେ ବି

ଦେଖି ହେବ ଭଳି ଭଳି ସ୍ୱପ୍ନ,

ଆଖିର ସାମ୍ନାରେ

ସେମାନେ ନାଚୁଛନ୍ତି

ତୁମେ ଖାଲି ପ୍ରସ୍ତୁତ ରୁହ |

ସ୍ୱପ୍ନଙ୍କ ବଜାରରେ

ସେମାନଙ୍କର ଭାରି ଭିଡ଼

ଅଫର ଲାଗିଛି

ଗୋଟାକରେ ଗୋଟେ ଫ୍ରି

ନିଦ ସହ ସ୍ୱପ୍ନ |


ସ୍ୱପ୍ନ ସବୁ ସପ୍ତବର୍ଣ୍ଣା

ତାଙ୍କର ବି ସର୍ତ୍ତ ନାହିଁ

ଗାଢ଼ ରାତି ହେଉ କି

ଉଜ୍ବଳ ଦିନ ହେଉ

ଅନ୍ଧାର ଲୋଡ଼ା ନାହିଁ

ଦିନରେ ବି ଦେଖି ହେବ ସ୍ୱପ୍ନ |


ଛାଇ ନିଦ,ଗାଢ଼ ନିଦ

କୁମ୍ଭକର୍ଣ୍ଣ ନିଦ,

ଏ ସବୁ କିଛି ଲୋଡ଼ା ନାହିଁ

ଆଖି ବୁଜି, ଆଖି ଖୋଲି

ମନ ଚକ୍ଷୁ ମେଲି

ମନରେ ମନଭରି ଦେଖି ହେବ

ଯେତେସବୁ ଅଛି ସ୍ୱପ୍ନ |


ସ୍ୱପ୍ନାଛନ୍ନ ଆଖିରେ

ମାୟାଛନ୍ନ ନହେଉ ମନ

ଭାରାକ୍ରାନ୍ତ ନହେଉ ଶରୀର

ସ୍ୱପ୍ନଚ୍ୟୁତ ନହେଉ ମଣିଷ

ଜୀବନ ସ୍ୱପ୍ନମୟ ହେଉ |

ଗଢ଼ିବାକୁ ସୁନ୍ଦର ସମାଜଟିଏ

ଆସ ସଭିଏଁ ମିଶି

ଦେଖିବା ଭବିଷ୍ୟତର ସ୍ୱପ୍ନ|

*************************



Rate this content
Log in