STORYMIRROR

Rajendra Giri

Others

5.0  

Rajendra Giri

Others

ଆସ ଆସ ଶୀତ

ଆସ ଆସ ଶୀତ

1 min
356



ଆସ ଶୀତ ଉପବିଷ୍ଟ ହୁଅ

ନୂଆଣିଆ ଛପର ତଳେ

ଯୋଉଁଠି ରାମ ଜେଜେଟା

ଫୁଙ୍ଗୁଳା ଦେହରେ

ଚାଖଣ୍ଡେ ଗୋଡେଇ

ଗୋଟାପଣେ ଥରେ ,,

ଭୋକ ସାଥେ ନିତି ଜୁଝି ମରେ ।।


ଥରେ ଆସି ବୁଲିଯାଅ

ଯୋଉଁଠି ତାଳୁୁରୁ ତଳିପା ଘୋଢେଇ

ଚମଡା ପୋଷାକ ଆବୋରି

ଧନୀଟା ନାଲି ଚା' ଢୋକେ,

ବିଲାତି କୁକୁରଟା ଆସି

ଫାଟକ ପାଖେ ଭୋକେ ।।


ଆସ ଆସ ଶୀତ ଦେଖିବ

ତୁମେ ଆସିବ ବୋଲି

ଗାଁ ପାଗଳଟା ଗୋଟାଇ ଆଣି

ଦୋକାନ ପଛ ପଟେ

ଥୋଇଛି ଛିଣ୍ଡା କମ୍ବଳ କେତେ,

ଯୋଉଁଠି ଆସି ଭୁଆ ବିରାଡିଟା ମୂତେ ।।


ଦେଖି ପାରୁନା କି

ମୋର ଫୁଟାଣୀ

ତୁମ ଆସିବା ଜାଣି

ଗଣ୍ଠିଲି ଫିଟାଇ ପୁରୁଣା ସ୍ବେଟର

ମାଆ ଆଣିଛି ଟାଣି ,

ଶୀତ ନାଇ ଆମ ରାଇଜେ

କିବା ଆଣିବୁ ନୂଆ କିଣି ।।


ଦେଖ ଦେଖ ଆଖି ପୁରେଇ ଦେଖ

ନେତାଙ୍କର କି ହସ

ବିଚରା ଜଗାଟା

ତେର ଘଣ୍ଟା ଉପବାସ

ତୁମେ ଭଲା କରିବ କିସ ,

ରାସ୍ତାରେ ଶୋଇଛି ଭିକାରୀଟା

ତା' ପାଖେ ଯାଇ ପଶ ।।


ହେ ଶୀତ କେତେ ସହିବ ଉପହାସ

ଏଥର କୁହୁଡ଼ି ଆଣି ବରଷ

ମୋତି ଟୋପା ଯେତେ

ପତର ଦିହରେ ଖୋସ,,

ଆସ ଆସ ଶୀତ

ବେଗି ବେଗି ଆସ ।।।


ରାଜେନ୍ଦ୍ର ଗିରି

ଭୋଗରାଇ,ବାଲେଶ୍ୱର

ଭ୍ରାମ୍ୟଭାଷ-୭୮୭୩୫୭୦୯୩୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍