STORYMIRROR

Dharitri Das

Others

3  

Dharitri Das

Others

ଆସ ଆସ ବନମାଳୀ

ଆସ ଆସ ବନମାଳୀ

1 min
192

ଆସ ଆସ ବନମାଳୀ

         କୋଳେ ମୁହିଁ ନେବି ତୋଳି।

ଝୁଲାଇବି ବାହୁ ଝୁଲେ

          ଗେଲ କରି ପୁତ୍ର ତୁଲେ।

ପୀତବସ୍ତ୍ର ପିନ୍ଧାଇବି

           ତୁଳସୀର ମାଳି ଦେବି।

ମୁଣ୍ଡେ ଦେବି ଅଷ୍ଟ ଗନ୍ଧା

           ଆଉ ଚନ୍ଦନର ବୁନ୍ଦା।

ଖୁଆଇବି ସରପୁଳି

           ଆସ ଆସ ବନମାଳୀ।

କୋଳେ ଧରି ତୋତେ ମୁହିଁ

           ନାଚିବିରେ ଗୀତ ଗାଇ।

ଜୀବନଟା ହେବ ଧନ୍ୟ

           ଦୟାକର ନାରାୟଣ।

ବିଶ୍ଵରୂପ ଦରଶନେ

         ଆଶା ନାହିଁ ମୋର ମନେ।

ବାଳ କୃଷ୍ଣ ରୂପେ ଆସ

        ମୋର କୋଳେ ଥରେ ବସ।

ପୁରିଯିବ ମୋର ଆଶ

           ଆହେ ପ୍ରଭୁ ବିଶ୍ୱବାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍