STORYMIRROR

Rajendra Giri

Others

5.0  

Rajendra Giri

Others

ଆସ ଆସ ବାପୁ

ଆସ ଆସ ବାପୁ

1 min
14.7K



ଆସ ଆସ ବାପୁ ଛାୟାଚିତ୍ରରୁ ବାହାରି

ଦେଖିଯାଅ ଥରେ, ତବ ରାମ ରାଇଜକୁ ନିଖାରି

ସହସ୍ର ରାବଣ କବଜାରେ କେତେ ସତୀ

ଅଶୋକ ବାଟିକା ଏଠି ସ୍ଵପ୍ନ, ବେଶ୍ୟାପଡ଼ାରେ ରାତି ।।


ଉଭେଇ ଗଲାଣି ଏଠି ତ୍ରିଜଟାର ନୀତି

ପିପାସୁଙ୍କ ଗରମ ନିଃଶ୍ବାସେ, ସିଝୁଛି ତାଙ୍କ ଛାତି

ସବୁ ଲୁଚେଇ ଦିଏ ଅକଚ ରାଜନୀତି

କେହି ଟିକେ ବୁଝେ ନାହିଁ,ଧିକାରୁଛି ସମାଜ ନିତି ।।


ଦେଖ ଥରେ ବାପୁ ଶୁଣ୍ଢି ଶାଣ୍ଢି ଏକାକାର

ଶୁଭୁନିକି ତୁମକୁ ବାରେ, ନିର୍ଭୟାର ଭୟ ସ୍ୱର

ଆଇନ ଥରୁଛି ଦେଖି ନେତା ଲାଲି ଆଖି

କୁନ୍ଦୁଲି ଆଜି କରେ କ୍ରନ୍ଦନ, ଇତିହାସ ଚାପିରଖି ।।


ନାରୀ ନାହିଁ ସୁରକ୍ଷିତ ମାତୃ ଗରଭରେ

ଶ୍ୱାସ ତାର ଅଟକାଇ ଦିଆଯାଏ, ଆସିବା ପଥରେ

ଝୁଲାଇବେ ଗେଣ୍ଡୁ ଦେଖିଣ ତୁମ ମୂରତି

ଜନମ ଦିନ କି ପାଇଁ, ଦେଖି ସମାଜ ଅଧୋଗତି ।।


ଦେଶ ସେବାକୁ ମଣିଲେଣି ଏଠାରେ ପାପ

କୁଟି-ଖାଅ କାଟି-ପିନ୍ଧ, ଲାଗଇ ଯେ ଆଈମା ଗପ

ଆସ ଆସ ବାପୁ ଛାୟାଚିତ୍ରରୁ ବାହାରି

ଅହିଂସା ମନ୍ତରେ ମୋ ଦେଶକୁ ପୁଣି ଦିଅ ବତୁରି ।।



ରାଜେନ୍ଦ୍ର ଗିରି

ଭୋଗରାଇ, ବାଲେଶ୍ୱର,୭୫୬୦୭୯

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ,ବାଲେଶ୍ୱର

ଦୂରଭାଷ-୭୮୭୩୫୭୦୯୩୮


Rate this content
Log in