STORYMIRROR

Chandrakanta Nayak

Others

3  

Chandrakanta Nayak

Others

ଆରମ୍ଭ ଓ ଶେଷ ତୁମେ

ଆରମ୍ଭ ଓ ଶେଷ ତୁମେ

1 min
333

ତୁମରି ନାମରେ ସକାଳ ଆରମ୍ଭ ସଞ୍ଜ ଆସେ ନଇଁ ନଇଁ

ଦିବସ ରଜନୀ ତୁମ ନାମ ବିନା କାହା ଦିନ ସରେ ନାହିଁ !!

ଦୁଇ ବାହୁ ଥରେ ତୋ ନାମରେ ଯେବେ କାହାର ଯାଇଛି ଉଠି

ଶଙ୍ଖେ ରଖୁ ଚକ୍ର ଆଢୁଆଳ ତୁମେ କରିଥାଅ ଚକାଆଖି !!

ସଂସାରରେ ସାର ତୁମ ନାମ ରସ ଆଉ ସବୁ କଲି ପଛ

ତାରିବା ଶକତି ଅଛି ବୋଲି ପ୍ରଭୁ ତୁମେ ପରା ଏକା ସତ !!

ମିଛ ଦୁନିଆରେ ସତ ଏକା ତୁମେ କିଏ ଅଛି ତୁମ ସରି ?

କିଏ ଆଉ ଜଣେ ଅଛି କହିବକି ମୋତେ କରିଦେବ ପାରି ?

ଯେତେ ପର କଲେ ନିକଟେଇ ଯିବି ତୁମ ପାଖେ ସଦା ନିତ୍ୟ

ଆକୁଳେ ବିକଳେ ଡାକୁଛି ତୁମକୁ ଅଭାଗା ମୁଁ ଚନ୍ଦ୍ରକାନ୍ତି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍