ଆପେକ୍ଷା-ଉପେକ୍ଷା
ଆପେକ୍ଷା-ଉପେକ୍ଷା
1 min
190
ଅପେକ୍ଷା ଉପେକ୍ଷା
ମଝିରେ ଜୀବନ
ଅପେକ୍ଷା ଦହନ ସହେ,
ଅଳିକ ଜୀବନ
ଅନେକ ତୃଷ୍ଣାରେ
ଜଳଇ ସପନ ମୋହେ l
ମଉଳା ବସନ୍ତେ
ଅୟୁ ଶେଷ ପ୍ରାନ୍ତେ
ଇନ୍ଦ୍ରଧନୁ ଲୋଭେ ଆଜି
ଆଞ୍ଜୁଳିରେ ଭରି
ଯନ୍ତ୍ରଣା ପସରା
ମରୁ ମରୀଚିକା ସାଜି l
ସେଇ ଜହ୍ନ ଅଛି
ରାତି ବି ହସୁଛି
ଜୋଛନା ଯାଇଛି ହଜି
ଯନ୍ତ୍ରଣା ଜୁଇରେ
ଜଳି ଜଳି ସରେ
ସଳିତା ସାଜି ମୁଁ ଆଜି l