ଆନନ୍ଦ
ଆନନ୍ଦ
1 min
159
ଜଗା ପାଖକୁ ମୁଁ ଧାଇଁ ଯାଇଥିଲି
ଦେଖି ତା ଆନନ୍ଦ ମୁଖ,
ଆନନ୍ଦବଜାରେ ପ୍ରସାଦ ଖାଇଣ
ପାଇଲି ସରଗ ସୁଖ।୦।
ଆନନ୍ଦ ଖୋଜିଣ ପହଞ୍ଚିଲି ଯାଇ
କୋଇଲି ବୈକୁଣ୍ଠ ଧାମ,
ମନ ବୁଝିଗଲା ଆନନ୍ଦ ମିଳଇ
ଭଜୁଥିଲେ ରାମ ନାମ।୧।
ବଡଦାଣ୍ଡେ ଯେବେ ଯାଉଥିଲି ମୁହିଁ
ଦେଖିଲି କ୍ଷୁଧାର୍ତ୍ତ ଜନ,
ମହାପ୍ରସାଦରୁ ଦେଇ ତାକୁ କିଛି
ମହା ଆନନ୍ଦ ପାଇଣ।୨।
ମାନବ ସେବା ଯେ ମାଧବର ସେବା
ବୁଝିଗଲା ଆତ୍ମାରାମ,
ଚାହେଁ ନାହିଁ କିଛି ଆନନ୍ଦର ବିନା
ଦୁଃଖ ଭଞ୍ଜନ ଘନଶ୍ୟାମ।୩।
