STORYMIRROR

Gunanidhi Samal

Others

3  

Gunanidhi Samal

Others

ଆମେରେ ଭାଇ ଭାଇ

ଆମେରେ ଭାଇ ଭାଇ

1 min
12.1K

ଆସରେ ଭାଇ ଆସ

ଗଢିବା ଆମ ଦେଶ,

ପାଠ ପଢିବା

ଶିକ୍ଷିତ ହେବା

ଅଜ୍ଞାନ ହେବ ନାଶ ।

ଦୁର୍ନୀତି ଯିବ ହଟି

ପାହିବ ଅମା ରାତି,

କରିବା କାମ

ରଖିବା ନାମ

ଗାଇ ଜୀବନ ଗୀତି ।

ସଭିଏଁ ହେବା ମେଳ

ଖେଳିବା ନାନା ଖେଳ,

ନାହିଁ ବିଚାର

ଆପଣା ପର

ନକରି ମାଡଗୋଳ ।

ରୋଇବା ଆସ ଚାରା

ହସିବ ଆମ ଧରା,

ଫୁଲ ଫୁଟିବ

ବାସ ଛୁଟିବ

ହେବନି ଆଉ ଖରା ।

ହାତରେ ଦିଅ ହାତ

ହୋଇବା ଏକତ୍ରିତ,

ଖଟି ଖାଇବା

କାଟି ପିନ୍ଧିବା

ପତାଇବାନି ହାତ।

ସବୁରି ମୁହେଁ ହସ

ଛୁଟାଇଦେବା ଆସ,

ଭାଇ ଭଉଣୀ

କହ କାହାଣୀ

ରଖିବା ଆମ ଯଶ ।



Rate this content
Log in