STORYMIRROR

pranati Mahapatra

Others

3  

pranati Mahapatra

Others

ଆମେ ସ୍ଵାଧୀନ ଭାରତ ପିଲା

ଆମେ ସ୍ଵାଧୀନ ଭାରତ ପିଲା

1 min
480

ଆମେରେ ସ୍ଵାଧୀନ ଭାରତ ପିଲା(୨)ଥର

ନାହିଁ ଉଚ୍ଚନୀଚ, ନାହିଁ ଜାତିଭେଦ

ନାହିଁ ତ କିଛି ଝାମେଲା।

ଆମେରେ...


ପରାଧୀନ ଥିଲା ମାଆ ଏ ଭାରତ 

ସହିଥିଲା ସିଏ କଷଣ ବହୁତ,

ବୀରସୁର କେତେ ଜନମି ତା ଗର୍ଭୁ

ଗୋରା ବେପାରୀଙ୍କୁ ତଡିଦେଲେ ଭଲା।

ଆମେରେ ...

ମାଟି ମାଆ ପାଇଁ ଦେଲେ ବଳୀଦାନ

ଭୁଲିଗଲେ ଘର ଦ୍ଵାର ଓ ସନ୍ତାନ,

ବନ୍ଧୁକ ଆଗରେ ପାତିଦେଲେ ଛାତି

ବନ୍ଦେ ଉତ୍କଳ ଜନନୀ ସ୍ଲୋଗାନ ଥିଲା।

ଆମେରେ...

ସେହି ବୀରରକ୍ତ ଦେହେ ଅଛି ଆମ,

ଏକତା ରଜ୍ଜୁରେ କରି ମହତ୍ କାମ,

ସାହସ ବିଶ୍ୱାସ ଶାନ୍ତିର ପତାକା

ଉଡାଇବୁ ଆମେ କରି ମନଖୋଲା।

ଆମେରେ ସ୍ଵାଧୀନ ଭାରତ ପିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍