STORYMIRROR

Sasmita Choudhury

Others

3  

Sasmita Choudhury

Others

ଆମେ ଓଡ଼ିଆରେ

ଆମେ ଓଡ଼ିଆରେ

1 min
331


ଆମେ ଓଡ଼ିଆରେ! 

  ଆମେ ଓଡ଼ିଆରେ!! 

ଆମ ବାରବାଟୀ ଗାଏ ଯା' କାହାଣୀ 

ଇତିହାସ ତା'ର ବଢିଆ ରେ। 

     ଆମେ ଓଡ଼ିଆରେ! 


ଉନ୍ନତ କଳାର ରାଜ୍ୟ ଏହି

ତେଣୁ ଟି "ଉତ୍କଳ" ନାମ ବହି, 

ଗଙ୍ଗା ଠାରୁ ଗୋଦାବରୀ ଯା' ବିସ୍ତୃତି 

ତା'ଯଶ ଗୁଞ୍ଜରେ ବିଦେଶରେ। 

   ଆମେ ଓଡ଼ିଆରେ...... ।


କି ମନୋହର ତା' ଦୋଳ ଯାତ

ରଜ ଦୋଳି, ଯଜ୍ଞ, ଭୋଜିଭାତ, 

ଝାମୁ ଯାତରା କି ବାଲିଯାତରା ଲୋ

ଜଗା ବିଜେ ରଥ ଯାତରାରେ। 

    ଆମେ ଓଡ଼ିଆରେ.... ।


ତା' କଳା ସ୍ଥାପତ୍ୟ ଦେଖ ଥରେ, 

ଲିଙ୍ଗରାଜ, ପୁରୀ ମନ୍ଦିରରେ, 

'କେଦାର ଗୌରୀ' 'ରାଜା-ରାଣୀ' ପୁଣି 

"ଅର୍କକ୍ଷେତ୍ର" ଯହିଁ "କୋଣାର୍କରେ"। 

      ଆମେ ଓଡ଼ିଆରେ...... ।


ଓଡ଼ିଆ ସଂସ୍କୃତି " ଭାଇଚାରା "

ବସୁଧା କୁଟୁମ୍ବ ପରମ୍ପରା, 

ଅତିଥି ଦେବତା ମାନି ଯେ ପୂଜଇ-

ନିଜ ଅନ୍ନେ ପର ପେଟ ଭରେ। 

    ଆମେ ଓଡ଼ିଆରେ..... ।


ବ୍ଯକ୍ତି ସ୍ବାର୍ଥେ ଦେଇ ଜଳାଞ୍ଜଳି 

ସମୂହ ସ୍ବାର୍ଥର କଥା ଭାଳି, 

ପ୍ରାଣବଳି ଦେଲା କାରିଗର ପୁଅ 

ସାରା ଦେଶ ଝୁରେ ଧରମା

ରେ। 

    ଆମେ ଓଡ଼ିଆରେ.... ।


ସ୍ବତନ୍ତ୍ର ଉତ୍କଳ ରାଜ୍ୟ ଲାଗି 

ମେହେର, ଫକୀର ସେନାପତି, 

ଖଣ୍ଡିତା ଉତ୍କଳମାତାକୁ ଯୋଡିଲେ

ଶ୍ରେଷ୍ଠ ଓଡ଼ିଆ ସେ 'ମଧୁଆ"' ରେ

    ଆମେ ଓଡ଼ିଆରେ.... ।


ଗାଁ ଭାଗବତ ଟୁଙ୍ଗୀ ‍ଘର

ନୈତିକ ଶିକ୍ଷାର ଶ୍ରେଷ୍ଠସ୍ଥଳ, 

ଭାଗବତ, ଗୀତା, ବେଦପାଠ ଶୁଣି

ଧନ୍ୟ ହୁଏ ନର ଜୀବନରେ। 

   ଆମେ ଓଡ଼ିଆରେ..... ।


ଏ ଭୂମି ପରଶେ ଚଣ୍ଡାଶୋକ 

ଅନୁତପି ହେଲା ଧର୍ମାଶୋକ, 

ଏ ପୁଣ୍ୟ ଭୂଇଁରେ ନେତା ଲୋଡା ନାହିଁ 

ନେତା ନିଜେ ଜଗା କାଳିଆ ରେ ! 

  ଆମେ ଓଡ଼ିଆରେ...... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍