ଆମେ ଗାଆଁବାଲା
ଆମେ ଗାଆଁବାଲା
1 min
161
ସକାଳ ପହରୁ କାମଧନ୍ଦା ଚାଲେ
ଖାଇ ଗଣ୍ଡେ ଚୁଡା ମୁଢି
ଦି ପହରକୁ ପଖାଳ ସାଙ୍ଗରେ
ଦହି ଶାଗ ଭଜା ବଡି
ସାଇ ପଡିଶାଙ୍କ ହସ କଉତୁକେ
ଦିନ ଯାଏ ଆମ ଗଡି
ବେଳ ଗଡିଗଲେ ମନ୍ଦିର ଆଗରେ
ବସିଯାଉ ହାତ ଯୋଡି
ଆପଦେ ବିପଦେ ସାଇ ପଡିଶାଙ୍କ
ଧାଇଁ ଯାଉ ଅଣ୍ଟା ଭିଡି
ସହରୀଙ୍କ ଭଳି ରୋଗ ରାଗ ନାହିଁ
ବଇଦ ଦେଖେନି ନାଡି
(ଆମ) ବଇଦ ଦେଖେନି ନାଡି
