STORYMIRROR

Pramod Kumar Jena

Others

3  

Pramod Kumar Jena

Others

ଆମେ ଗାଆଁବାଲା

ଆମେ ଗାଆଁବାଲା

1 min
165




ସକାଳ ପହରୁ କାମଧନ୍ଦା ଚାଲେ

ଖାଇ ଗଣ୍ଡେ ଚୁଡା ମୁଢି

ଦି ପହରକୁ ପଖାଳ ସାଙ୍ଗରେ

ଦହି ଶାଗ ଭଜା ବଡି


ସାଇ ପଡିଶାଙ୍କ ହସ କଉତୁକେ

ଦିନ ଯାଏ ଆମ ଗଡି

ବେଳ ଗଡିଗଲେ ମନ୍ଦିର ଆଗରେ

ବସିଯାଉ ହାତ ଯୋଡି


ଆପଦେ ବିପଦେ ସାଇ ପଡିଶାଙ୍କ

ଧାଇଁ ଯାଉ ଅଣ୍ଟା ଭିଡି

ସହରୀଙ୍କ ଭଳି ରୋଗ ରାଗ ନାହିଁ

ବଇଦ ଦେଖେନି ନାଡି

(ଆମ) ବଇଦ ଦେଖେନି ନାଡି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍