STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ଆମେ ଅମୃତର ସନ୍ତାନ

ଆମେ ଅମୃତର ସନ୍ତାନ

1 min
179

ଆମେରେ ସଭିଏଁ ଅମୃତ ସନ୍ତାନ

  କରିଯିବା ଦିବ୍ୟ କାର୍ଯ୍ୟ 

ଭୋଗ ଲାଳସାରୁ ନୁହେଁ ଆମ ଜନ୍ମ

  ମୋକ୍ଷ ପ୍ରାପ୍ତି ଆମ ଲକ୍ଷ୍ୟ। ୦।


ମାୟା ମୋହ ଲୋଭ କରିବନି କେବେ

  ଆମର ଯେ ପଥରୋଧ 

ଜଗତ କଲ୍ୟାଣ ପାଇଁ ବଳିଦାନ

  ଆମ ପାଇଁ ମକରନ୍ଦ। ୧।


ସାରା ସଂସାରକୁ ଆର୍ଯ୍ୟ ତ କରିବା

  କରିଅଛୁ ଆମେ ପଣ 

'ସର୍ବେ ଭବନ୍ତୁ ସୁଖୀନଃ'ର ବାର୍ତ୍ତା

  ରହିଥିବ ଚିର ଦିନ। ୨।


'ବସୁଧୈବ କୁଟୁମ୍ବକମ଼' କଥା

  କହୁନା ଯେ ଖାଲି ଆମେ 

ସଭିଙ୍କୁ ଆଦର କରି ଆପଣାର

  ପରିଚିତ ହିନ୍ଦୁ ନାମେ। ୩।


ବି.ଦ୍ର. ଆର୍ଯ୍ୟ- ସଂସ୍କାରିତ ଉତ୍ତମ ଶ୍ରେଷ୍ଠ ମଣିଷ।

 ହିନ୍ଦୁ-ଏହା କେବଳ ଏକ ଧର୍ମ ନୁହେଁ ‌ ଏହା ଏକ ଜୀବନ ପଦ୍ଧତି। (ମାନ୍ୟବର ସୁପ୍ରିମକୋର୍ଟ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍