STORYMIRROR

Maheswar sahoo

Others

3  

Maheswar sahoo

Others

ଆମ ଉତ୍କଳ ଗୌରବ ନବୀନ

ଆମ ଉତ୍କଳ ଗୌରବ ନବୀନ

1 min
160

ସ୍ମିତ ହସ ତୁମ

ଶାନ୍ତ ସରଳ

ସ୍ଥିର ଧର୍ଯ୍ୟ ତୁମ ମନ

ହୃଦାରବିନ୍ଦରୁ ମଧୁର ଗୀତିରେ

ଆଲୋଡିତ କରେ

ଦେଇ ମଧୁରତା ଚୁମ୍ବନ

ଆମ ଉତ୍କଳ ଗୌରବ ନବୀନ


କୋଟି କୋଟି ଜନ

ଏକତ୍ର କରାଇ

ଦେଉଥାଅ ଉଦବୋଧନ

ଶାନ୍ତୀର ପୁତ୍ର ହେ ମଉଡର ମଣୀ

ଅନ୍ଧର ଲଉଡି

ଗରିବ ଗଳାର ରତନ

ଆମ ଉତ୍କଳ ଗୌରବ ନବୀନ


ଦେଶର ଗୌରବ

ଥିଲେ ବିଜୁ ବାବୁ

ଦେଶର ରଖିଲେ ସମ୍ମାନ

ଆକାଶ ମାର୍ଗରୁ ପାକିସ୍ତାନ ମଧ୍ୟୁ

ଦେଶପାଇଁ ଲଢ଼ି

ପାଇଲେ ବିରର ଆସନ

ଆମ ଉତ୍କଳ ଗୌରବ ନବୀନ


ବିଜୁ ପୁତ୍ର ତୁମେ

ଧରି ବିଜୁ ରକ୍ତ

ସତ୍ୟ ଧର୍ମେ ମହିୟାନ

ଅଧର୍ମ ବିରୁଦ୍ଧେ ସ୍ମୃତିର ନାୟକ

ନହୋଇ କାତର

କୁମନ୍ତ୍ରଣାକୁ କରନି ଆହ୍ୱାନ

ଆମ ଉତ୍କଳ ଗୌରବ ନବୀନ


ଜାତି ଧର୍ମକୁ ଭି

ଦେଉନ ପ୍ରଶୟ

ଶୁଣନୀ କର୍ମୀଙ୍କ ଦର୍ଶନ

ଗାଦିଚ୍ୟୁତକର ନିଃସନ୍ଦେହ ତୁମେ

ଖାତର ନକରି

ଭବିଷ୍ୟତ ପାଇଁ ଆସନ

ଆମ ଉତ୍କଳ ଗୌରବ ନବୀନ


ଦଳୀୟ କର୍ମୀଙ୍କ

ମନମୁଖୀ ଚର୍ଚ୍ଚା

ଭବିଷ୍ୟତ ପାଇଁ ପ୍ରଶ୍ନ

ଯୋଜନା ତୁମର ମଙ୍ଗଳ କାରିଣି

କୁଜିନେତା ସବୁ

ଲାଞ୍ଚେ ଦେଉଛନ୍ତି ମନ

ଆମ ଉତ୍କଳ ଗୌରବ ନବୀନ


ଦଳରେ ନଥିଲେ

ପାଉନି ଗରିବ

ହେଉ ଅଛି ହୀନିମାନ

ହେଶ୍ରେଷ୍ଟ ଶାସକ ଦିୟ ଲକ୍ଷ ଥରେ

ଗାଁ ଗାଉଁଳିଙ୍କୁ

କର ଦୁଃଖ ତାଙ୍କ ଭାଜନ

ଆମ ଉତ୍କଳ ଗୌରବ ନବୀନ


ଗରିବ ର ଦୁଃଖ

ଲାଘବ କରହେ

ରାଜଧାନୀରେ ନରୁହ ମଉନ

ଶାନ୍ତିରେ ରହିଲେ ନିର୍ଦଳୀୟ ଲୋକେ

ଦିନେତ ବୁଝିବେ

ପୁଣିଥରେ ଆସୁ ନବୀନ

ଆମ ଉତ୍କଳ ଗୌରବ ନବୀନ


ଶ୍ରେଷ୍ଟ ଶାସକ

ଦେଶରେ ପ୍ରଥମ

ମୁଖ୍ୟମନ୍ତ୍ରୀ ତୁମେ ନବୀନ

ଆମେ ଭଲପାଉ ପାଉଥିବୁ ସଦା

ଗୁହାରି ତୁମକୁ

ଦେଖ ସମସ୍ତଙ୍କୁ ସମାନ

ଆମ ଉତ୍କଳ ଗୌରବ ନବୀନ


ପିଲାବେଳୁ ତୁମେ

ବିଦେଶ ରେ ରହି

ଆଗ୍ରହ ଓଡ଼ିଆ ବଚନ

ବୟସର ଜ୍ୱାଳା ବୃଦ୍ଧ ଶରିରେ କ୍ଷୀଣ

ତଥାପି କର୍ମରେ

ରଖି ଚଳାଇଛ ଶାସନ

ଆମ ଉତ୍କଳ ଗୌରବ ନବୀନ


ଜନତା ଭି ଶାନ୍ତି

ବିରୋଦ୍ଧି ବି ଶାନ୍ତି

ଦେଖି ତୁମର ୟେ ଶାସନ

ସେଇଥି ପାଇଁ ଅବା ଚାରିଥର ପାଇଁ

ଆସନେ ବସାଇ

ଶାନ୍ତି କୁ ଦିଅନ୍ତି ଆହ୍ୱାନ

ଆମ ଉତ୍କଳ ଗୌରବ ନବୀନ


ପୁଣି ଥରେ ପାଇଁ

ଭାବୁଛନ୍ତି ଲୋକେ

ଦେଖି ନିମ୍ନ କର୍ମୀ ଶୋଷଣ

ଇତିହାସେ ତୁମ ଲିପିବଦ୍ଧ ହେଉ

ସ୍ୱର୍ଣ୍ଣ ଅକ୍ଷରରେ

ଓଡ଼ିଶାରେ ଥିଲେ ନବୀନ

ଆମ ଉତ୍କଳ ଗୌରବ ନବୀନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍