ଆମ ନିଧି ଅଜା
ଆମ ନିଧି ଅଜା
1 min
11.8K
ବୟସ ଷାଠିଏ ଆଠ ଟପିଲାଣି
ଆମ ନିଧି ଅଜାଙ୍କର
ଦାନ୍ତ ସବୁ ଝଡି ପାକୁଆ ହେଲେଣି
ମନ କିନ୍ତୁ ଯୁବକର ।
ପରିବେଶ ପ୍ରତି ଭାରି ସଚେତନ
ରଖିଥାନ୍ତି ଭାରି ସ୍ୱଚ୍ଛ
ଉପକାର ଗୁଣି ବାଡ଼ିପଟେ କେତେ
ଲଗାଇଛନ୍ତି ସେ ଗଛ ।
ମନହେଲା ଟିକେ ବଜାର ବୁଲିବେ
ଶୂନଗାଡି କଲେ ସଜ
ଆଈ ମୁହଁ ମୋଡି କହିଲା ଅଜାଙ୍କୁ
ଲାଗୁନାହିଁ କିବା ଲାଜ ।
ଶୂନଗାଡି ପରେ ବସିଲେ ଯେମିତି
ପବନରେ ଗଲା ଗଡି
ଅଜା ବିଚାରିଲେ ଡେଣା ଦୁଇ ଅବା
ଦେଇଅଛି କିଏ ଯୋଡି ।
ଭୁଲିଗଲେ ଅଜା ବୟସ ତାଙ୍କର
ଚଳାଇଲେ ବେଗ କରି
ଛିଟିକି ପଡିଲେ ସଡ଼କ ଦାଢ଼କୁ
ଗରଜିଲେ ରଡି କରି ।
ଆଈ ଶୋଇଥିଲା ଅଜାଙ୍କ ପାଖରେ
ଉଠିଗଲା ଶବଦରେ
ଅଜା ପଡ଼ିଥିଲେ ଘର ଚଟାଣରେ
ଥରୁଥିଲେ ସପନରେ ।
