ଆମ ମାଟି ଘର
ଆମ ମାଟି ଘର
1 min
186
ମହଲ ଠାରୁ ବି ଖୁବ୍ ସୁନ୍ଦର
ଆମ ମାଟି ଘର
ମାଟି ଲିପା କାନ୍ଥ, ଚଟାଣ,
ଖୋଲା ଦୁଆର
ମାଟି ହାଣ୍ଡି
ମାଟି ଚୂଲି
ଅଗଣାରେ ତୁଳସୀର ମହକ
ରାତିରେ ଡିବିରି ଆଲୁଅର ଲୁଚକାଳି ଖେଳ
ପିଜୁଳି ଗଛ ଡାଳେ କାଉ କୋଇଲିର ଆସର ।
ସରଗ ଠାରୁ ବି ଖୁବ୍ ସୁନ୍ଦର
ଆମ ମାଟି ଘର
ବାପା ମାଆ
ଅଜା ଆଈ
ଭାଇ ଭଉଣୀଙ୍କ ମଧୁର ସଂପର୍କ
ପରସ୍ପର ସ୍ନେହ, ପ୍ରେମ, ଖୁସିର ସମ୍ଭାର ।
