ଆମ କୋରାପୁଟ ଜିଲ୍ଲା
ଆମ କୋରାପୁଟ ଜିଲ୍ଲା


ଆମ କୋରାପୁଟ ଜିଲ୍ଲା
ଓଡ଼ିଶାର ଦକ୍ଷିଣରେ ପରା
ଆମ କୋରାପୁଟ ଜିଲ୍ଲା ଅବସ୍ଥିତ,
୮,୩୭୯ ଆୟତନ ପୁଣି
ପର୍ଯ୍ୟଟନ ସ୍ଥଳୀ ତେର ନମ୍ବରେ ତ
ମୁଖ୍ୟ ବାଣିଜ୍ୟ ସ୍ଥଳୀ ଜୟପୁର
ଆମ କୋରାପୁଟର,
ମହାସମାରୋହେ ପାଳିତ ହୁଏ
ରଥଯାତ୍ରା ଦଶହରାର।
ବୀରଖଣ୍ଡ ବନଦେବୀ ଯେ
କୋରାପୁଟର ଖ୍ୟାତ,
ରାମ ବନବାସ ସମୟେ
ଏହା ରାମଗିରି ନାମିତ।
ଭୈରବସିଂ ପୁରର ବାବା
ଭୈରବନାଥ,
ଭକ୍ତ ହୃଦୟରେ ସର୍ବଦା
ପ୍ରଭୁ ରୂପେ ପୂଜିତ।
କୋରାପୁଟ ସାହିତ୍ୟ ଉତ୍ସବ
ଜାତୀୟ ସମାରୋହ,
ପଲ୍ଲିଶ୍ରୀମେଳା ଏ ଜିଲ୍ଲାର
ଆଉ ପରବ୍ ପ୍ରିୟ।
ଅନାକାଡେଲି ଜଳପ୍ରପାତ ପାଶେ
ଗୁରୁବାରେ ସାପ୍ତାହିକ ହାଟ ବସେ
ବଣ୍ଡା ଜନଜାତିର ସମାବେଶ ହୁଏ
ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ଶାବେରୀ ନଦୀକୂଳେ ବାଦୁଡୀ ପାହାଡ
ପନିପ
ରିବା ଚାଷରେ ପ୍ରସିଦ୍ଧ ମାଳିଗୁଡା
କୋଲାବ ଉଦ୍ୟାନ ପର୍ଯ୍ୟଟକ କେନ୍ଦ୍ର ବିନ୍ଦୁ
ନୀଲାବାଡି ଅଗ୍ନିଗଙ୍ଗାମା ପୁଣ୍ୟାଲୁମା ଆରାଧ୍ୟ।
ରାଇସିଲ ମୁଖ୍ୟ ପୁଣି ଅଁଳାନବମୀ
ଶ୍ରୀରାମ ହନୁମାନଙ୍କୁ ଏଇଠୁ ନମଇ
ଡୁମୁରାପୁଟର ମୁଖ୍ୟପର୍ବ ଶ୍ରୀରାମନବମୀ
ପେଦାପାଡୁ ପରବ୍ ର ଉଦଘାଟନ ସ୍ଥଳୀ।
ରାଣୀଡୁଡୁମା ଜଳପ୍ରପାତ
ପର୍ଯ୍ୟଟକ ଆକର୍ଷଣ,
କୋରାପୁଟର ଲୋକନୃତ୍ୟ
ପରବ୍ ରେ ପାଳନ।
ଢେମସା ରିଞ୍ଚଡ଼ ଦଣ୍ଡାହଳିଆ
ନରପା ପରଜା ଗଦବା ଦୁରୁଆ
ଲୋକନୃତ୍ୟ ମଧ୍ୟେ କୋରାପୁଟର
ଏସବୁ ନୃତ୍ୟେ ଲୋକେ ମତୁଆଲା।
ଦେଓମାଳି ଗୁପ୍ତେଶ୍ଵର ଡୁମଡୁମା ଝରଣା
ପର୍ଯ୍ୟଟକ ଦେଖିଦେଲେ ହୁଏ ବାଟବଣା
ଆସ ଦେଖି ଯିବା ଜଳପ୍ରପାତ ଝରଣା
ଆମ କୋରାପୁଟ ତେର ନମ୍ବରେ ପା ଗଣା।
ଆସ ମୋର କବି ଭାଇ ଓ ଭଉଣୀ
ହାତ ଧରାଧରି ହୋଇ ନାଚିବା
ଧାଙ୍ଗଡା ଧାଙ୍ଗଡି ହୋଇ କୋରାପୁଟ
ଢେମସା ବଜେଇ ଝୁମିବା।