Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Others

2.4  

Jayashree Maharana

Others

ଆମ ଜାତିପ୍ରୀତି ଆମ ଏକତା

ଆମ ଜାତିପ୍ରୀତି ଆମ ଏକତା

1 min
297


ଦେଖିନାହିଁ କାହିଁ ସାରା ବିଶ୍ୱେ ମୁହିଁ

ଏମିତି ପବିତ୍ର ଦେଶ ଗୋଟିଏ

ଯହିଁ ରହିଥାନ୍ତି ଭିନ୍ନ ଭାଷାଭାଷୀ

ଭିନ୍ନ ଧରମର ଲୋକ କୋଟିଏ ।


କିଏ ପୁଜୁଥାଏ ଶିବ ଓ ଶକ୍ତିକୁ

କିଏ ପୁଜୁଥାଏ ଯୀଶୁଖ୍ରୀଷ୍ଟଙ୍କୁ

କିଏ ପୁଜୁଥାଏ ଆଲ୍ଲା,ରହିମଙ୍କୁ

କିଏ ପୁଜୁଥାଏ ବୌଦ୍ଧ,ଜୈନଙ୍କୁ ।


ହିନ୍ଦୁ,ମୁସଲିମ,ଶିଖ ,ଖ୍ରୀଷ୍ଟିୟାନ

ଭିନ୍ନ ଭିନ୍ନ ନାମ ଧରମ ପାଇଁ

ଭାରତ ମାଆର ସଭିଏଁ ସନ୍ତାନ

ମନରେ ଭିନ୍ନତା ରଖନ୍ତି ନାହିଁ ।


ଗୀତା ଭାଗବତ ରାମାୟଣ ପୋଥି

ବାଇବେଲ ଅବା କୋରାନଗ୍ରନ୍ଥ

ତ୍ରିପିଟକ ଅବା ଗ୍ରନ୍ଥ ସାହେବରେ

ଲିପିବଦ୍ଧ ସବୁ ସମାନ ତତ୍ତ୍ୱ ।


ପର ଉପକାର ସତକର୍ମ ପାଇଁ

ସରବ ଧର୍ମରେ ଏକ ଆହ୍ୱାନ

ଦେବତାଙ୍କ ପଦେ ଶରଣ ପଶିଲେ

ମୁକତି ଲଭିବ ସୂକ୍ଷ୍ମ ପରାଣ ।


ଅନ୍ୟାୟ ଅକୀର୍ତ୍ତି କରନାହିଁ କିଛି

ସର୍ବ ଧରମରେ ମୌଳିକ ନୀତି

ଧର୍ମଗୁରୁଗଣ ବାଟ ଦେଖାଅନ୍ତି

ଅରଜିବା ପାଇଁ ଜୀବନେ ଶାନ୍ତି ।


ଧର୍ମ ହେଉ ଭିନ୍ନ ଏକ ସର୍ବ ମନ

ବନ୍ଦେ ମାତରମ୍ ତୁଣ୍ଡରେ ଗାଇ

ଭାରତ ମାତାକୁ ସମ୍ମାନ ଦିଅନ୍ତି

ଚରଣରେ ତା'ର ମୁଣ୍ଡ ନୁଆଇଁ ।


ସତରେ ଲାଗୁଛି ବିଚିତ୍ର ଭାରତ

କେତେ ଯେ ଧରମ ଦେବୀ ଦେବତା

ଭିନ୍ନତା ମଧ୍ୟରେ ଅକ୍ଷୁର୍ଣ୍ଣ ରହିଛି

ଆମ ଜାତିପ୍ରୀତି ଆମ ଏକତା ।



Rate this content
Log in