Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

PRANATI MAHAPATRA

Others

3  

PRANATI MAHAPATRA

Others

ଆମ ଗଞ୍ଜାମ ଜିଲ୍ଲା

ଆମ ଗଞ୍ଜାମ ଜିଲ୍ଲା

1 min
183



ଓଡ଼ିଶାର ଦକ୍ଷିଣେ ଅବସ୍ଥିତ

ଆନ୍ଧ୍ରପ୍ରଦେଶ ସୀମାରେ ଅଛି ତ

ଗଞ୍ଜାମ ଜନବହୁଳ ବ୍ରହ୍ମପୁର ତ

ସୂକ୍ଷ୍ମ କାରୁକାର୍ଯ୍ୟ ଭରା

ପାଟଶାଢୀ ପାଇଁ ଓଡ଼ିଶାରେ ବିଖ୍ୟାତ।

ଏ ଆମ ଜିଲ୍ଲା ଗଞ୍ଜାମ ତ।(୧)


ବ୍ରହ୍ମପୁର ଆସ୍କା କନ୍ଧମାଳ

ତିନି ଲୋକସଭା ଆସନ,

ଭଞ୍ଜନଗର ପୋଲସରା କବିସୂର୍ଯ୍ୟନଗର

ତେର ବିଧାନସଭା ଆସନ।(୨)


ଆମ ଜିଲ୍ଲାର ମୁଖ୍ୟ ସ୍ଥାନ

ପରା ଛତ୍ରପୁର,

ସଦର ମହକୁମା ଅଟେ ବ୍ରହ୍ମପୁର

ଛତ୍ରପୁର ଭଞ୍ଜନଗର।(୩)


ଗୋପାଳପୁର ତାରାତାରିଣୀ ମହୁରୀକାଳିଆ

ଜଗନ୍ନାଥ ଶ୍ରୀଗଣେଶ ସିଦ୍ଧ ଭୈରବୀ ସୁନାପୁର

କନକଦୁର୍ଗା ବାଲୁଙ୍କେଶ୍ଵର ରାମଣ୍ଡା ମୃଗବିହାର

ଭଞ୍ଜନଗର ଡ୍ୟାମ କଳିଙ୍ଗା ତପ୍ତପାଣି ଧବଳେଶ୍ବର।(୪)


ଉପେନ୍ଦ୍ରନଗର ଚନ୍ଦ୍ରଗିରି ଜଉଗଡ଼

ନିର୍ମଳଝର ଝାଡେଶ୍ଵର ନାରାୟଣୀ ଖୋଲ

ବଡ଼ରାଉଳ ବରକୁଦା ପ୍ରଭୁ ଶକଳେଶ୍ଵର

ବାଙ୍କେଶ୍ଵର ନାମେ ଅଛି ପର୍ଯ୍ୟଟନ ସ୍ଥଳ।(୫)


ବୀଣାପାଣିଙ୍କ ଆଶିଷ ଅଛି ଏ ଜିଲ୍ଲାରେ

କବିସମ୍ରାଟ ଉପେନ୍ଦ୍ର ଓ ବଳଦେବ ରଥ

କଳିଙ୍ଗ ସମ୍ରାଟ ପୁଣି ବିଜୁ ପଟ୍ଟନାୟକ

ଭି.ଭି.ଗିରି ପୂର୍ବତନ ରାଷ୍ଟ୍ରପତି ଭାରତର।(୬)


ଲକ୍ଷ୍ମଣ ନାୟକ ରଙ୍ଗନାଥ ଦାଶ

ଚକରା ବିଷୋୟୀ ଦୋହରା ବିଷୋୟୀ

ପ୍ରଥମ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ

ଆମ ଜିଲ୍ଲାର ଯୋଗଜନ୍ମା ସୁତ।(୭)


ସମ୍ରାଟ ଅଶୋକଙ୍କ ଶାସନାଧୀନ ଏ ଜିଲ୍ଲା

ଗଞ୍ଜ ଇ ଶବ୍ଦରୁ ପରା ଗଞ୍ଜାମ ହୋଇଲା

ଗଞ୍ଜ ଅର୍ଥାତ ଅଞ୍ଚଳ ବା ଭଣ୍ଡାର ଗୋଦାମ

କେହି କହନ୍ତି କଂଗୋଦ ଶବ୍ଦରୁ ଗଞ୍ଜାମ।(୮)


ଶିକ୍ଷା କ୍ଷେତ୍ରରେ ଏ ଜିଲ୍ଲା ଯେ ଉତ୍ତମ

ମହାରାଜା ଭେଷଜ ମହାବିଦ୍ୟାଳୟ

ଖଲିକୋଟ ଲିଙ୍ଗରାଜ ନିଷ୍ଟ ଶିକ୍ଷାଳୟ

ରାମଚନ୍ଦ୍ର ବିଜ୍ଞାନ ଚାରୁ କଳା ମହାବିଦ୍ୟାଳୟ। (୯)


ଶିକ୍ଷା ସ୍ଵାସ୍ଥ୍ୟ ପର୍ଯ୍ୟଟନ ରେ

ବିକଶିତ ଆମ ଜିଲ୍ଲା,

ଓଡିଶା ରାଇଜେ ବିଖ୍ୟାତ

ଆମ ଗଞ୍ଜାମ ଜିଲ୍ଲା।(୧୦)



Rate this content
Log in