STORYMIRROR

Anil kumar Pradhan

Others

3  

Anil kumar Pradhan

Others

ଆମ ଗାଆଁ ଝରଣା

ଆମ ଗାଆଁ ଝରଣା

1 min
134

ଆମ ଗାଆଁ ଝରଣାଟି ବହେ ଖିଲି ଖିଲି

ସେଇ ମାଟି ବାସନା ଯେ ଚନ୍ଦନଠୁ ବଳି ll0ll

ସେ ଝରଣା ନଈ ପାଖେ ଛୋଟ ଛୋଟ ବଣ

ପ୍ରକୃତିର ସାତସୁରେ ନାଚେ ସେଠି ମନ ll 1ll

ସେ ଝରଣା ନଈକୂଳେ କୁହୁ କୁହୁ ନାଦ

ଅଙ୍କା ବଙ୍କା ନଈ ଧାର ନାଚେ ପାଇ ଛନ୍ଦ ll 2ll

କେତେ ମାଛରଙ୍କl ପକ୍ଷୀ ସେଠି ଉଡୁଥାନ୍ତି

ପିଲାଏ ପାଣିକୁ ଡେଇଁ ଗୋଳିଆ କରନ୍ତି ll 3ll

ଜଙ୍ଗଲର ଅଧିବାସୀ ଭାଇ ଓ ଭଉଣି

ବୁଢା ଠାରୁ ବୁଢ଼ିଯାଏ ଲୋଡ଼ନ୍ତି ତା'ପାଣି ll 4ll

ସେଇ ପାଣି ଆଢୁଆଳେ ମାଛ ମାଳ ମାଳ

ଜୀବିକା ତା' ବାହିନିଏ କେଉଟ ସଅଳ ll 5ll

ଗେଣ୍ଡା କଙ୍କଡ଼ାର କଥା କିଏବା କହିବେ ?

ଗରଡ଼ା ପଥର ପରି ନିତ୍ୟ ଦିଶୁଥିବେ ll 6ll

ସତେ ଅବା ଅମୃତର ସେ ଝରଣା ଧାର

ପାନ କରି ତୃପ୍ତହୁଏ ଶୋଷିଲା ସେଠାର ll 7ll

ସେ ଝରଣା ଜଳ ମାଡ଼େ ସବୁଜିମା କ୍ଷେତେ

ଚାଷି ଭାଇ ଚାଷକରେ କହି ଜଗନ୍ନାଥେ ll 8ll

କୀଟ ,ପଶୁ ଆଉ ପକ୍ଷୀ ମଣିଷ ଜୀବନେ

ଭେଦ ଭାବ ନାହିଁତାର ସଭିଙ୍କୁ ଆପଣେ ll 9ll

ତା'ଜୀବନ କଟିଯାଏ ସମାଜ ମଙ୍ଗଳେ

ଖଲ- ଖଲ ବହିଚାଲେ ସମୟର ବଳେ ll 10ll

ସତେ ଅବା ବିନ୍ଧାଣୀଙ୍କ ସେ ରୋଚକ ସୃଷ୍ଟି

ମନ କିଣି ନିଏ ସେଇ ବର୍ଣ୍ଣ ବିଭା ଦେଖି ll 11ll

ଧନ୍ୟ ଗାଆଁ ଝରଣାଟି ଧନ୍ୟ ତା'ବିନ୍ଧାଣୀ

ମୁଁ ଅଧମ ଧନ୍ୟମଣେ ଗାରିମା ବଖାଣି ll 12ll

ସଦା ଆମ୍ଭ ନତମସ୍ତ ତାର ପାଦ ଦେଶେ

ଜନହିତ କଥା ଆସୁ ସଦା ଆମ ଚିତ୍ତେ ll 13ll



Rate this content
Log in