STORYMIRROR

Debabrata Jena

Others

3  

Debabrata Jena

Others

ଆମ ଚରିତ୍ର

ଆମ ଚରିତ୍ର

1 min
366




ଉପରେ ଗୈରିକ ବସ୍ତ୍ର ଧାରି ଅଛୁ

ଅନ୍ତରେ ଅସନା ଘର

ମହାନ ଦେଖାଉ ଉଚ୍ଚାରଣେ ଆମେ

ଆଚରଣେ କଂସାସୁର ।।

ଏ ଘର ମାଉସୀ ସାଜିଛୁ କେବେ ରେ

ସେ ଘରେ ଆମେ ପିଉସୀ

ଗୃହ ବିଭୀଷଣ ଉପାଧି ପାଇଛୁ

ଲମ୍ବା ଲମ୍ବା କଥା ଭାଷି ।।

କାମ ପାଇଁ ନୁହଁ କଥା ଆମ ଟାଣ

ଦୁର୍ନୀତିର ଗନ୍ତାଘର

ଦିନରେ ବାବାଜୀ ରାତିରେ ମାତିଛୁ

ଖୋଲିକି କଳାବଜାର ।।

ବିଶ୍ୱାସଘାତର ସବୁ ସୀମା ଭେଦୀ

ସାଜି ଅଛୁ ଅଣ୍ଟି ଛୁରୀ

ଆତଂକବାଦର ବିସ୍ଫୋରଣ ଦେଖି

ହସୁଅଛୁ କିରି କିରି ।।

ସମବେଦନାକୁ ଉପରେ ଦେଖାଉ

ଭିତରେ କୁତ୍ସାର ରଟୁ

ନିଜ ସ୍ୱାର୍ଥ ପାଇଁ ବଳି ଦେବୁ ସବୁ

ଯାହାର ଫାଟୁଛି ଫାଟୁ ।।


ଦେବବ୍ରତ ଜେନା

ଭୋଗରାଇ, ବାଲେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍