STORYMIRROR

Gouri Panda

Others

3  

Gouri Panda

Others

ଆମ ଐତିହ୍ୟ

ଆମ ଐତିହ୍ୟ

1 min
249

ଏ ଦେଶ ଐତିହ୍ୟ, ଏ ଦେଶ ସଂସ୍କୃତି

ପରମ୍ପରା ବଡ, ଉଡୁଅଛି ଖ୍ୟାତି।

ଆମ ଏ ଐତିହ୍ୟ ଅତି ପୁରାତନ

ଖୋଜିଅଛି ଯିଏ, ପାଇଛି ପ୍ରମାଣ।

ଆମ ଏ ଐତିହ୍ୟ ରଖିଛି ଗୌରବ

ପାଳୁଛୁ ତା'ପାଇଁ କେତେ ଯେ ପରବ।

କଳାକୀରତି ର ଜନମ ଏ ଦେଶେ

ଏପରି ଐତିହ୍ୟ ଆଉ କାହିଁ ଦିଶେ?

ଆମ ଐତିହ୍ୟର ପ୍ରମାଣ ଦେଉଛି

କୋଣାରକ ଏଠି ମୁଣ୍ଡ ଟେକିଅଛି।

ଭଗ୍ନ ପଛେ ହେଉ ଐତିହ୍ୟ ଭରିଛି

ବଡ ଦେଉଳର କି କୀର୍ତ୍ତି ନ ଅଛି?

ବିରଜା ମନ୍ଦିର, ଲିଙ୍ଗରାଜ ଠାରେ

ଧଉଳିର ଉଡେ ନାମ ଐତିହ୍ୟରେ।

ଖଣ୍ଡଗିରି ଗାଏ ଖାରବେଳ ଗାଥା

ଉଦୟଗିରି କହେ ବିଜୟବାର୍ତ୍ତା।

ଆମ ଐତିହ୍ୟର ସୁନାମ ବହୁତ

ଗଙ୍ଗା ଠାରୁ ଗୋଦାବରୀ ପ୍ରବାହିତ।

ଆସିଛି ରେ ବେଳ ଖୋଜ ଐତିହ୍ୟକୁ

ଥିବ କି ଗୁପତେ ମିଳିବ ଆମକୁ?

ଆମ ଏ ଐତିହ୍ୟ ଆମ ପରିଚୟ

ସୁଖ୍ୟାତି ଆମକୁ ମିଳିବ ନିଶ୍ଚୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍