Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Others

2  

Jayashree Maharana

Others

ଆମ ଐତିହ୍ୟ

ଆମ ଐତିହ୍ୟ

1 min
176


 ଭାରି ସୁନ୍ଦର ରାଇଜ ମୋର

 ଭାରି ମିଠା ମୋର ଭାଷା

ଭାରି ସରଳ ରାଇଜବାସୀ

 ମନେ ନାହିଁ ଗର୍ବ ଈର୍ଷା ।


ଗାରିମା ମୟ ଐତିହ୍ୟ ମୋର

 ସ୍ମରଣୀୟ  ଚିରକାଳ

ସ୍ଵର୍ଣ ଅକ୍ଷରେ ଲିଖିତ ଯାହା

   ଅମଳିନ ସ୍ମୃତିବେଳ ।


ରାଜା ପରଜା ବୀରତ୍ୱ ବାଣୀ

  ଫୁଲିଉଠେ ଗର୍ବେ ଛାତି

ରାଇଜ ସାରା ଗଢି ଅଛନ୍ତି

  ବହୁବିଧ କଳାକୀର୍ତ୍ତି ।


ଚଣ୍ଡ ଅଶୋକ କଠୋର ପଣ

  ହରାଇଲେ ଏହିଠାରେ

ଧର୍ମ ଅଶୋକ ନାମରେ ଖ୍ୟାତି

  ଅର୍ଜିଥିଲେ ସଂସାରରେ ।


କୋଣାର୍କ ଗାତ୍ର କହୁଛି ନିତ୍ୟ

  ଓଡ଼ିଆଙ୍କ ମହାନତା

ସାହାସ ପାଇଁ ଉତ୍କଳମାଟି

  ହୋଇଥିଲା ଜଗଜ୍ଜିତା ।


ବାରବାଟୀରେ  ନିର୍ମିତ ଦୁର୍ଗ

  ଐତିହ୍ୟର ମୂକସାକ୍ଷୀ

ଲିଙ୍ଗରାଜର କାରୁକାର୍ଯ୍ୟରେ

  ଅଭିଭୂତ ସର୍ବେ ଦେଖି ।


ଉଦୟଗିରି ହାତୀଗୁମ୍ଫା ଓ

  ଖଣ୍ଡଗିରି ଜୈନଗୁହା

ଉତ୍କଳ ମା'ର ଅମୂଲ୍ୟ ବିତ୍ତ

  ଐତିହ୍ୟର ସାଥି ତାହା ।

   

ଜଗତ ନାଥ ପୁରୀ ଧାମରେ

   ହୋଇଛନ୍ତି ପ୍ରତିଷ୍ଠିତ

ଧର୍ମ ବିଶ୍ୱାସ  ଭକ୍ତି ପ୍ରାର୍ଥନା

  ଭରିଥାନ୍ତି ହୃଦେ ସତ୍ୟ ।


ପୋଥି ପୁରାଣ କାବ୍ୟ କବିତା

   ଐତିହ୍ୟର ମୁଖ୍ୟ ଅଂଶ

ବାର ମାସରେ  ତେର ପରବ

   କରିଥାନ୍ତି ଦୁଃଖ ନାଶ ।


ବୋଇତ ଧରି  ସାଧବ ପୁଅ

   ଜଳଯାତ୍ରା ମାଧ୍ୟମରେ

ବାଣିଜ୍ୟ କରି  ବିଭବ ଭରି

  ଫେରୁଥିଲେ ଆନନ୍ଦରେ ।


ମନେ ପକାଇ ସେଇ ସ୍ମୃତିକୁ

  ଆଜି ମଧ୍ୟ ପାଳି ଥାଉ

ସାରା ବିଶ୍ୱରେ ଆମ ଐତିହ୍ୟ

   ଗୁଣଗାନ କରିଥାଉ ।


ଓଡିଶୀ ନୃତ୍ୟ ତଥା ସଙ୍ଗୀତ

  ଛଉ ନାଚ,ଘୋଡା ନାଚ

ସାରା ସଂସାରେ ଉତ୍କଳ ଗାଥା

  କରିଥାଏ ସଦା ଉଚ୍ଚ ।


ମାନବ ସେବା ମାଧବ ସେବା

  ଅତିଥିଙ୍କୁ ସନମାନ

ଆମ ସଂସ୍କୃତି ପରମ୍ପରାର

  ଆମ ପାଇଁ ଅବଦାନ ।


ଭୁଲିବା ନାହିଁ ମନରୁ କେବେ

  ଓଡିଶାର ଐତିହ୍ୟକୁ

ସଂକଳ୍ପ ନେବା ଗୌରବ ଗାଥା

 ସଦା ମନେ ରଖିବାକୁ ।

   

  


    

   

   

   





  



   


  



Rate this content
Log in