STORYMIRROR

Sudhanjali Mishra

Others

3  

Sudhanjali Mishra

Others

ଆମ ଐତିହ୍ୟ

ଆମ ଐତିହ୍ୟ

1 min
263


କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିକୁ

ରାସପୂର୍ଣ୍ଣିମା ବି କୁହାଯାଏ

ରାଈ ଦମୋଦର ବନ୍ଦାପନା କରି

ହବିଷ୍ୟ ଉଦ୍ ଯାପନ ହୁଏ ।।

ପ୍ରାତ ଉଷାକାଳୁ ଅନାଦି କାଳରୁ

ସାଧବ ପୁଅ କରେ ଗମନ

ବିଦେଶରୁ ଧନରତ୍ନ ବୋହି ଆଣେ

ବ୍ୟବସାୟରେ ସେ ଦେଇ ମନ ।।

ଆମ ପରମ୍ପରା୍ ଆମରି ଐତିହ୍ୟ

ସୂଚାଏ ଗାରିମା ଉତ୍କଳର

ଏବେ ମଧ୍ୟ ତାହା ସ୍ମାରକି ସାଜିଛି

କାର୍ତ୍ତିକ ପୂର୍ଣ୍ଣିମା ବୋଇତ ।।

ସାତ ଭାଇ ପାଶେ ଅଲିଅଳି ଭଗ୍ନୀ

ନାମ ଯେ ତାହାର ତଅପୋଇ

କେତେ ଦୁଃଖ କଷ୍ଟ ସହ୍ୟ କରି ପୂଜେ

ମଙ୍ଗଳ ମନାସେ ଭାଇ ପାଇଁ ।।

ଆ -କା -ମା -ବୈ ଗୁଆ ପାନ ଥୋଇ

ଗୀତ ଗାଇ ସ୍ନାହାନ ସାରନ୍ତି

ମାସକ ହବିଷ କର୍ମ ଧର୍ମ ସବୁ

ମୋକ୍ଷ ପାଇଁ ମନାସ କରନ୍ତି ।।



Rate this content
Log in