STORYMIRROR

Sunanda Mohanty

Others

3  

Sunanda Mohanty

Others

ଆଲୋକର ପର୍ବ

ଆଲୋକର ପର୍ବ

1 min
290

ଦୀପର ଆଲୋକେ 

ଲେଖିଦେବି ପରଂବ୍ରହ୍ମ 

ଶିଖାର ଝଲକେ 

ଗାଇବି ମୁଁ ଓଁ ଓଁ ଓଁ 

ଆଲୋକ ଜଳାଇ ଜାଳିବି 

ହୃଦୟର ଯେତେ ବହ୍ନି 

ପାଶବିକ ଦୂରାଚାର ପ୍ରକୃତି 

ଜାଳିଦେବି ସବୁ ଚିହ୍ନି 

ଜଳାଇ ଜାଗିବି ବାରତା ଦେଇ 

ପିତୃପୁରୁଷ ହେ ହୁଅ ସାହା 

ତୁମେ ଗଲା ପରେ ଆଉ ଏ ସଂସାରେ 

ଦୁଃଖ ଯନ୍ତ୍ରଣାରେ ନ କହୁ କେହି ଆହା 

ପତଙ୍ଗ ପରାଏ ଜଳିଯିବି 

ଆଲୋକର ଶିଖା ତେଜି 

ଅମା ଅନ୍ଧକାର ଅନ୍ଧବିଶ୍ୱାସ 

ନିଭେଇବ ଦୀପ ରାଜି 

ଅଦିନ ଦୁର୍ଦ୍ଦିନ ଘୋର ବିପତ୍ତିରେ 

ହେ ପିତୃପୁରୁଷ ଆସି ଆଜି 

କଥା ଦିଅ ପୂର୍ବ ସୁରୀ ଠିଆ ହେବ 

ପଡିବା ଆଗରୁ ଭାଜି 

ଆଲୋକ ବହ୍ନିରେ ଶିଖା ସାନ୍ନିଧ୍ୟରେ 

କର୍ମବଳୟ ହେଜି 

ଅସୁମାରୀ ସ୍ୱପ୍ନ ସତ କରିବାକୁ 

ଆଲୋକ ଦୁନ୍ଦୁଭି ଉଠୁ ବାଜି 

ଅନ୍ଧାରେ ଆସି ଆଲୋକରେ ଯାଅ 

ଦୀପ ମୁଁ ଦେଉଛି ତେଜି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍