STORYMIRROR

Sunanda Mohanty

Others

3  

Sunanda Mohanty

Others

ଆଲୋକ

ଆଲୋକ

1 min
16


ନିଷ୍ଠା ର ଅନ୍ୟ ନାମ ଅପେକ୍ଷା 

ନିଷ୍ଠାର ଆଉଗୋଟେ ନାମ ପ୍ରତୀକ୍ଷା 

କେଜାଣି, ନିଷ୍ଠା ନଈ ର ଦୁଇ କୂଳେ 

ଭକ୍ତି,ଆନ୍ତରିକତା ଅନୁରାଗର କେବଳ ପରୀକ୍ଷା 

ସ୍ରଷ୍ଠା ଙ୍କୁ ନିଷ୍ଠା ରେ ଡାକିଲେ 

ପୂରଣ ହୁଏ କାଳେ ଆକାଂକ୍ଷା 

ନିଷ୍ଠା ରେ ଅଶ୍ରୁ ମିଶିଲେ 

କରି ହୁଏନା ଜମା ଉପେକ୍ଷା 

ସେଇ ନିଷ୍ଠା କୁ ପରାକାଷ୍ଠା କରି 

ପାଇଛି ଏଯାଏଁ ଯାହା ଖାଲି ତିତିକ୍ଷା 

ଆଉ ଅନ୍ଧାର ଅଳନ୍ଧୁ ହଟେଇ 

ଆଲୋକ ଜାଳୁଛି ନିଷ୍ଠା ରେ ପାଇବି ସୁରକ୍ଷା 

ହାହାକାର ଆର୍ତ୍ତନାଦ, ସଭିଏଁ ଏଠି ଭୁଖା 

ନିରୀକ୍ଷଣ ପର୍ଯ୍ୟବେକ୍ଷଣ ଭିତରେ ଅଶିକ୍ଷା 

ମହୁମଖା ଚରଖା ରେ ପୁଣି ସେଇ ଶିକ୍ଷା 

ଏକମାତ୍ର ସନ୍ଧାନ ଦେଇପାରେ ଆଲୋକଶିଖା.


Rate this content
Log in