STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଆକୁଳ ନିବେଦନ

ଆକୁଳ ନିବେଦନ

1 min
281


ବୟସ ମୋ ସରିଯାଉଛି

ଦିନୁ ଦିନ ବେଳୁ ବେଳ

ମନ ମୋର ମରି ଯାଉଛି ,ବୟସ ମୋ ସରିଯାଉଛି  ।।


ତୁମେତ ବଡ଼ ଠାକୁର

ମୁଁ ପରା ତୁମ କିଙ୍କର 

ତଥାପି ତବ କରୁଣା ,ପ୍ରଭୁ ହେ ମୋ ପାଇଁ ଉଣା

ହୋଇ ଯାଉଛି , ବୟସ ମୋ ସରିଯାଉଛି  ।।


ବିଷୟା ବିଷ ଜଞ୍ଜାଳ

ହୋଇଛି ମୋହର କାଳ

ବାଟଭୁଲି ଏ ସଂସାରେ ,ମନ ମୋର ଅବାଟରେ

ଚାଲି ଯାଉଛି , ବୟସ ମୋ ସରିଯାଉଛି  ।।


କେହି ନୁହଁଇ କାହାର

ତଥାପି ତ ମୋର ମୋର

ଦିନ,ରାତି ସ୍ଵର୍ଥ ଚିନ୍ତା , ବଂଚି ବି ଜଳଇ ଚିତା

ଦହି ଦେଉଛି , ବୟସ ମୋ ସରିଯାଉଛି  ।।


ମୁଁ ତୁମର କିଣା ଜନ

ତୁମେ ମୋର ଭଗବାନ

ସେ ଯୁଗଳ ପଦ୍ମ ପାଦେ ,ମନ ମୋ ରହୁ ନିରତେ

ନିତି ଭଜୁଛି , ବୟସ ମୋ ସରିଯାଇଛି ।।


ତୁମେତ କରୁଣା ମୟ

ମୋ ମନକୁ କର ଥୟ

ସେ ପଙ୍କଜ ପଦ ତଳେ , ପ୍ରଫୁଲ୍ଲ ଅତି ବିକଳେ

ଡାକ ଛାଡୁଛି , ବୟସ ମୋ ସରିଯାଉଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍