STORYMIRROR

Sandhya Rani Panigrahy

Others

3  

Sandhya Rani Panigrahy

Others

ଆଖିର ଅବୁଝା ଲୁହ

ଆଖିର ଅବୁଝା ଲୁହ

1 min
14K


ବେଳେବେଳେ ଖସି ଆସେ ଅଜାଣତରେ

ଲୁହ ଧାରେ ଆଖି କୋଣରେ

ଆଖି ଭିଜେ ଲୁହରେ

କି ଲୁହ ଭିଜି ଆଖି ଓଦା କରେ

ଲୁହ ବହେ

କେତେ କଥା କହେ

ମନର ରାବଣ ବଧ ହୁଏନା

ଛୁଇଁ ପାରିନି ବୋଲି ଏ ଅନୁତାପ ସିନା

ଖୁସିର ବର୍ଷା ଏ ଅଗଣାରେ ବରଷେ

ହୃଦୟର ଢେଉରେ ନାଚି ମନକୁ ତୋଷେ

ସବୁ ପାଇଛି ବୋଲି ବୁଝାଏ ନିଜକୁ

କିଛି ଦେଇ ନପାରିବା ମୁକ୍ତି ପାଇଁ ଏ ରୁଣରୁ

ଲୁହ ଗୁଡା ଭଲ ହୋଇଛି ରଗଂହୀନ

ନ ହେଲେ ପୋଛି ହୋଇ ଲାଗନ୍ତା ଚିହ୍ନ

ପ୍ରମାଣ ମିଳନ୍ତା ଅପ୍ରାପ୍ତିର ଅବଶେଷ

ବିରହ ଜ୍ୱାଳାରେ ବେଦନା ପାଇଁ ଏ ମୁକ୍ତ

ଖୁସିର ଲହରୀରେ ଭାରୀ ମଜା ଏ ସବୁ

ଲୁଚିଯାଏ ସପନ ଯେତେ ଅଧିକାର କରିବାକୁ

ଲୁଚକାଳି ଲୁହର ଲହରେଇ ଝରଣାରେ

ଭଲପାଏ ବୋଲି ଗେହ୍ଲେଇ ଭ୍ରମଣ କରେ

ଗୀତ ଗାଏ ମନରେ ହଜେ

ଖୁବ୍ ଭିଜେ ଦେହ ଭଲରେ ମନ ହେଜେ

ଲୁହ ଭିଜା ଆଖି

ଭିଜା ଭିଜି ଦେହ

ଭିଜେନା ଯାଏ ମନଟା

ମନ ଖୋଜେ ଦେହଟା

ଚାନ୍ଦଟା ଚାହେଁ ଚାହାଣୀରେ

ଚାହାଣୀ ଭରା ଚାହାଁରେ

ଅନୁରକ୍ତିରୁ ଆସକ୍ତି

ଏଥିରୁ ପୁଣି ଚାହୁଁଛି ମୁକ୍ତି

ଲୁହ ଟୋପାଏ ପାଇଁ ସଂସାର

ନ ହେଲେ ଏମିତି ଅଭିଜା ରହ


Rate this content
Log in