ଆଖଡାଶାଳା
ଆଖଡାଶାଳା
1 min
11.6K
ଉଠେଇ ଚାଲିଛି ନିତି
କର୍ତ୍ତବ୍ୟ ଓ ଆଦର୍ଶର ଭାର
କରିବାକୁ ଶକ୍ତିଶାଳୀ
ମାନସିକ ମାଂସପେଶୀ ଯେତେ
ଧୈର୍ଯ୍ୟପୂର୍ଣ ତାଲିମ ଚାଲେ
ନିରନ୍ତର ଅବିରାମ ଭାବେ
ସମୟର ଆଖଡାଶାଳାରେ।
ନିଗିଡି ପଡ଼େ
ଭାବପ୍ରବଣତାର ଲବଣାକ୍ତ ସ୍ବେଦ
ବାହାରିଯାଏ ହତାଶାର
ତତଲା ନିଃଶ୍ୱାସ
ନିୟତିର ନିର୍ଦ୍ଦେଶରେ
ନିତି ଚାଲେ ବିବେକର
ତର୍କ ଦ୍ଵନ୍ଦ ଯୁଧ୍ୟ
ଅଭ୍ୟାସର କଷଟିରେ
ସୋପାନ ପରେ ସୋପାନ
ଅତିକ୍ରମ କରିଚାଲେ
ହାତେ ଧରି ସମ୍ପର୍କ ଓ କର୍ତ୍ତବ୍ୟର ଭାର
ଘର୍ମାକ୍ତ ଏ ସୁସ୍ଥ କଳେବରେ।
