ଆକାଶ
ଆକାଶ
1 min
229
ସହସ୍ର ବଉଦମାଳା ଛନ୍ତି ଯାର ବକ୍ଷେ
ଦୋହଲନ୍ତି ପବସମ ମଧୁର ପରଶେ
ଦମ୍ଭଭରେ,ବିଦ୍ୟମାନ କାହିଁ କେତେ କାଳୁ
ମାଟିର ପ୍ରେମରେ ସତେ ବିମୋହିତ ତନୁ
ଆଖିରୁ ଆରମ୍ଭି ବ୍ୟାପିଛି ଅଜ୍ଞାତ ଦେଶ
କୋଳେ ଛନ୍ତି ତାରା ଚନ୍ଦ୍ର ଦେଖ କେତେ ଯଶ
ଧନ୍ୟ ଧନ୍ୟ ତାର ଦାନ ମାଟି ମାଆ ପାଇଁ
ତା'ପାଇଁ ତିଷ୍ଠିଛି ଜୀବ ସୁନ୍ଦର ଏ' ମହୀ .....
ଅସୀମ ଅନନ୍ତ ତାର ନାହିଁ ଆଦି ଅନ୍ତ
ବିଶ୍ୱବ୍ୟାପୀ ରହିଅଛି ସୌନ୍ଦର୍ଯ୍ୟ ପ୍ରକାଶ
ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହ ନକ୍ଷତ୍ରକୁ ଧରି
ଜଗତ କଲ୍ୟାଣେ କରେ ରାତି ଦିନ କରି ।।
