ଆକାଶ ଉଡ଼ାଣ
ଆକାଶ ଉଡ଼ାଣ
ଆକାଶ ନଇଁବାର ନାହିଁ
ତାକୁ ଛୁଇଁବାକୁ ମୋର ଇଛା ଅଛି ।
ସେଠି ଏମିତି କ’ଣ ଅଛି ?
ନୀଳ ନେସା ନୀଳିମା
ଚୂନ ଧଉଳା ଶୁଭ୍ର ଆସ୍ତରଣ
ନାରଙ୍ଗୀ ରଙ୍ଗ ଛିଟା
ନା କିଟି କିଟି ଅନ୍ଧାର କାଳିମା !
ଏତେ ଶକ୍ତି ବା କାହିଁ
ଡେଣା ମେଲି ସାରା ଆକାଶକୁ
ନିଜ ଉଡ଼ାଣରେ ଅକ୍ତିଆର କରିବାକୁ ।
ଆକାଶ ତ ଖୋଲା ମେଲା
ତାଳ ଗଛରେ ଚଢି
ଯାଏଁ ଦେଖେ
ଆକାଶ ପରିସୀମା କେତେ ?
ଦ୍ରଘ୍ୟ ପ୍ରସ୍ଥ ମାପିବାକୁ
ଗଣିତର ସୂତ୍ର କିଛି ନାହିଁ ।
ମୋଟା ମୋଟି କଥା ଏତିକି ଯେ
ମୁଁ ନିର୍ଘାତ ଭାବେ ହାରିଛି ।
ତଥାପି କ’ଣ ହାର ମାନିଛି
ମୋ ସହ ମୁଁ ଚୁକ୍ତିଟିଏ କରିଛି
ଆକାଶ ଉଡ଼ାଣ ଦେଵି।
ଛପନ ଇଞ୍ଚର ଛାତିରେ
ଆକାଶରେ ଛାତି ବାଡ଼େଇ
ଉଡିବାର ସୁଖ ପାଇଁ
ଆଲୋକର ସ୍ନାନ ପାଇଁ
ଅନ୍ଧାରକୁ ଚିରି
ନୂଆ ଠିକଣାଟିଏ ଖୋଜିବି ।
ଯୁଗ ପରେ ଯୁଗ ବିତେ
ତଥାପି ଆକାଶ ଉଞ୍ଚା ଥାଏ ।
କେବେ କ’ଣ ନଇଁଛି ଯେ ନଇଁବ
ସେ ଯଦି ନଉଁ ନାହିଁ
ମୁଁ ମାଟିରୁ ଡିଆଁ ଦେଵି
ଉଡ଼ିବି,ଖେଦିବି ,ଲଙ୍ଘିବି
ତମାମ ଆକାଶର ଇଲାକାକୁ ।
ହିସାବକୁ ନେଇ
ଦେଖିବି କେତେ ଉଚ୍ଚାରେ
ରହିଛି ସେ ମାଟିଠୁ
ଉଡିବାର ସୁଖ ପାଇଁ ହେଉ
ବା ଉଚ୍ଚତା ମାପିବା ପାଇଁ ହେଉ
ଆକାଶର ଉଡ଼ାଣ ଥାଉ ।
