STORYMIRROR

Santosh Pattnayak

Others

3  

Santosh Pattnayak

Others

ଆଜିର ନାରୀ

ଆଜିର ନାରୀ

1 min
190

ପାଶ୍ଚାତ୍ୟ ନିଶାରେ ଆଜିର ନାରୀ 

   ତ୍ୟାଗ ପଡ଼ିଲା ଖଣି

ଯୌଥ ପରିବାର ଅସହ୍ୟ ତାକୁ 

   ଆପଣା ସ୍ବାର୍ଥ  ଝୁଣି ।


ନଣନ୍ଦ ଭାଉଜ ଶାଶୁ ଶଶୁୁର

   ସଭିଏଁ ତାର ଶସ୍ତ୍ରୀ

ସାଇ-ପଡ଼ିିଶା ଲୋକ ଦେଖାଣିଆ 

     ଦିମାକ୍ ସୁତ୍ରା ସୁତ୍ରି ।


ଚତୁୁର ପଣରେ ବିପଣି କରେ

    ଅସାଧୁ ସହ ସଙ୍ଗ

ନିଶାର ଆସରେ ଆଜିର ନାରୀ 

    ଧରି କାମୁକ ମଙ୍ଗ ।


ସ୍ବାଧୀନ ଆଳେ ବନ୍ଧା ସ୍ବାଭିମାନ 

   ସଂସ୍କୃତି ଡାଳେ ନିଆଁ

ସମାଜରେ ଆଉ ସଂସ୍କାର ନାହିଁ  

    ମାରିଛି ସିଏ ଡିଆଁ ।


ସକଳ ମନରେ ତଥାାପି ଆଶା 

    ଜାଗିବ ନାରୀ ଜାତି

ସୁଧୁରି ଯିବ  ସମାଜ ଆମରି

   ଘେନିଣ ଦିବ୍ୟ ଛତି ।



Rate this content
Log in