ଆଜିର ନାରୀ
ଆଜିର ନାରୀ
ନାରୀ ଅଟେ ଆମ ଘରର ଶୀରି
ସମାଜେ ଆଜିସେ ବିିିପଣି ପରି
ଆପଣା ସଂସ୍କୃତି ପଡୁଚି ଭାରି
ପାଶ୍ଚାତ୍ୟ ତାଳରେ ଆଜିର ନାରୀ ।
ନାରୀ ଆଜି ଅଟେ ନାରୀର ଶତ୍ରୁ
ଅର୍ଥ ଲାଳସାରେ ବିକଟା ଜନ୍ତୁ
ପିନ୍ଧି ଚିରା-ଫଟା ଛୋଟ ପୋଷାକ
ଭ୍ରମଣ କରଇ ଦେଶଟା ଯାକ ।
ସିନ୍ଦୂରକୁ ସିଏ କରି ହତାଦର
ସ୍ବାଧୀନତା ଆଳେ ଲଭେ ସ୍ବେଚ୍ଛାଚାର
ଶାଶୁ-ଶଶୁରରେ ନାହିଁ ତା' ଆଦର
ପ୍ରଣୟ କରଇ ଧରି ଦିଅର ।
ଚାରି ଛୁୁଆ ମାଆ ରଚେ ପିରତୀ
ପର ପୁରୁଷରେ ବଳାଏ ମତି
ଆଜି ବିଭାଘର କାଲି ଛାଡ଼ପତ୍ର
ନଦେଖିବା କଥା ଦେଖୁଛି ନେତ୍ର ।
କୁଆଁରୀ ସଜ ସାତ ସପନ
ବିବାହ ଆଗରୁ ଖୋଲା ଶୟନ
ଦୁହେଁ ଦୁହିଁଙ୍କୁ ଜାଣିବା ବାହାନା
ମୂଳ ତାର ଦେହ ଭୋଗ କାମନା ।
ସବୁୁୁରି ମୂଳରେ ପାଶ୍ଚାତ୍ୟ ଭାର
ପୋଡ଼ି ଖାଇଗଲା ସଂସ୍କୃତି ସଂସ୍କାର
ସଂସ୍କାର ପାଇଁକି ନାରୀ ଶ୍ରେୟସ୍କର
କିନ୍ତୁ ନାରୀ ନାହିଁ ଆୟତର ଧାର
