STORYMIRROR

Akshayakumar Dash

Others

4  

Akshayakumar Dash

Others

ଆଜି ରବିବାର

ଆଜି ରବିବାର

1 min
345

ସମୟ ଚକରେ ଘଣ୍ଟାକଣ୍ଟା ଦିନ ବାରଟା

ବର୍ଷ ମାସ ସପ୍ତାହ ରବିବାର,

ଛୁଟି ଦିନ ଉଠିବା,ଖାଇବା,ଗାଧୋଇବା ଡେରି

ବଜାର ଯିବା ଆଇଁସ ଆଣିବା ।

ରୋଷେଇ ସାରି ଖାଉଖାଉ ଦୁଇଟା

ସପ୍ତାହର ଶେଷ ଦିନ

ଆରାମ ର ଦିନ

ଚଳଚିତ୍ର ଜୀବନ ।

କଟୁରି ହସୁଛି ଖାଶି ବେକକାଟିବାକୁ

ମାଟି ଦେଖୁଛି

ମାଟିରେ ମିଶିବାର ବେଳକୁ

ସାଇକେଲ ପେଡଲମାରି

ଘୁରୁଛି ସମୟର ରବିବାର

ଆରାମ କରିବାର ବେଳ ।

ଭାଇ ଚାଲିପାରୁନି ଗଣ୍ଠି ଧରିଛି

ଉପର ଉଠିବାକୁ ମନା

ମନ କଲେବି ଜୋର ପାଉନି

ପିତାଲାଗିଲାନି ଜୀବନ

ତୁମ୍ଭମାନଙ୍କର ଚଳଚଞ୍ଚଳ ଦେଖି ।

ମତେ ଧିକାରୁଛି ମନ

କହୁଛି ତୁଟା ଭିଡୁକୁ ନୁହେଁ

ପାହାଡ଼ ଚଢୁଥିଲୁ ନଈ ପହଁରୁଥିଲୁ

ପାଆଚ ଚଢିପାରୁନୁ?

ଛୁଟି ଦିନଟି ଯନ୍ତ୍ରଣାରେ ଯାଏ କଟି

ସାତ ଦିନ ଯାକ ରବିବାର ।



Rate this content
Log in