STORYMIRROR

Pramod Kumar Jena

Others

3  

Pramod Kumar Jena

Others

ଆଜି ମୋ କଲେଜ୍ କହୁଛି ମୋତେ

ଆଜି ମୋ କଲେଜ୍ କହୁଛି ମୋତେ

1 min
194


ଆଜି ମୋ କଲେଜ୍ କହୁଛି ମୋତେ

ପଢିଲୁ ଅଳପ ବୁଲିଲୁ ଯେତେ

ଅଧା ପାଠ ପଢି ରଶି ବାନ୍ଧି ଦେଲୁ

ସରମ ଟିକିଏ ଲାଗୁନି ତୋତେ (1)

(କହିଲି) ଅର୍ଥ ଚିନ୍ତା ଥିଲା ପଢାରୁ ବେଶି

ଅଧାରୁ ବାନ୍ଧିଲି ପଢାରେ ରଶି

ଆଜି ଅନୁତାପ କରିବା ବେଳକୁ

ବୟସ ହାତରୁ ଗଲାଣି ଖସି (2)

ପାଇଲି ତୋ ଠାରୁ ଅମାପ ଖୁସି

ସବୁ ଦେଲୁ ସିନା ନେଲୁନି କିଛି

ଦୁଷ୍ଟାମୀ ଭାଣ୍ଡାମୀ କରିଗଲୁ କେତେ

କାନ୍ଥ ବାଡ ତୋର ରହିଛି ସାକ୍ଷୀ (3)

କାହିଁଗଲେ ସାଥି ବଡଠୁ ସାନ

ସେ ଅଭୁଲା ସ୍ମୃତି ଅଭୁଲା ଦିନ

ନାଚେ ଗୋଟି ଗୋଟି ମନ ପରଦାରେ

ଆଜି ଯାହା ଲାଗେ ସାତ ସପନ (4)

କେତେ ମୁହଁ ଏଠି (କିନ୍ତୁ) ଲାଗୁଛି ଏକା

ସେ ପୁରୁଣା ମୁହଁ ଯାଉନି ଦେଖା

ବାରଣ୍ଡାରେ ତୋର ଚାଲିଗଲେ ଥରେ

ଯେତେ ବୁଢା ହେଲେ ଲାଗୁଛି ଟୋକା (5)

ସଂସାର ଜଞ୍ଜାଳ ବନ୍ଧନ କାଟି

ତୋ ପାଖକୁ ଏବେ ଆସନ୍ତି ଛୁଟି

ମନ ହୁଏ ଖାତା କଲମଟେ ଧରି

ବାକି ଜୀବନଟା ଦିଅନ୍ତି କାଟି (6)

ପ୍ରମୋଦ କୁମାର ଜେନା ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍