Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

PUSPALATA SAHOO

Children Stories

4  

PUSPALATA SAHOO

Children Stories

ଆଜି ଏ ସାଧାରଣତନ୍ତ୍ର ଦିବସେ

ଆଜି ଏ ସାଧାରଣତନ୍ତ୍ର ଦିବସେ

1 min
329


ଫରଫର ହୋଇ ତ୍ରିରଙ୍ଗା ପତାକା 

ଉଡେ ନୀଳ ଆକାଶରେ 

ତିନି ରଙ୍ଗ ତାର ଶାନ୍ତି ମୈତ୍ରୀ ବାର୍ତ୍ତା 

ମନରେ ଆମ ଗୁଞ୍ଜରେ ।


ଫିରିଙ୍ଗି ଶାସନ ଅଧୀନରେ ରହି 

ପାଉଥିଲୁ ବହୁ ଦୁଃଖ 

କଷଣ ପେଷଣ ଶୋଷଣ କବଳେ  

ବିଷର୍ଣ୍ଣ ସବୁରି ମୁଖ ।


ଦେଶ ମାତୃକାର ପରାଧୀନ ଦୁଃଖ 

ତେଜିଲା ସବୁରି ମନେ 

ଦେଇ ବଳିଦାନ ମାଟି ମାଆ ପାଇଁ 

କହିଗଲେ କାନେ କାନେ ।


ନିଜ ଜୀବନକୁ ତିଳ ତିଳ କରି 

ସ୍ୱାଧୀନତା ଦେଲେ ହାତେ 

ସେହି ବୀର ପଦେ ମଥା ନୁଆଇଁକି 

କରୁଛି ମୁଁ ପ୍ରଣିପାତେ   ।


ସ୍ୱାଧୀନ ଭାରତେ ସମ୍ବିଧାନ ପାଇଁ 

ଚାଲିଲା ନୀତିନିୟମ 

ଆମ୍ବେଦକରଙ୍କ ସାଧନା ବଳରେ 

ଗଢ଼ା ହେଲା ସମ୍ବିଧାନ   ।


ନିୟମ ହୋଇଲା ଜନତାଙ୍କ ପାଇଁ 

ଶାସନ ହେଲା ତାଙ୍କର 

ନିଜେ ଚଳାଇଲେ ଶାସନର ଭେଳା 

ନ ରଖି ଆପଣା ପର  ।


ଧର୍ମନିରପେକ୍ଷ ଦେଶରେ ସଭିଏଁ 

ହୋଇଲେ ତ ନିଜେ ରାଜା 

ଶାନ୍ତିର ପଥେ ଅଶାନ୍ତି ଖେଳାଇ 

ଶୋଷିତ ହୁଅଇ ପ୍ରଜା  ।


ନେତା ହସ୍ତେ ଦେଖ ଦେଶ ଧନ ମାନ 

ଶାସନର ରଜ୍ଜୁ ଟାଣ 

ଜନତା ଏଠି ଭୋକିଲା ପେଟରେ 

ଯାଉଛି ତାହାର ପ୍ରାଣ  ।


ଗଣତନ୍ତ୍ର ଆଜି ଦିଗହରା ହୋଇ 

ଖୋଜୁଛି ତାହାର ପଥ 

ସମାଜେ ରକ୍ଷକ ଭକ୍ଷକ ସାଜି 

ଦେଖୁଚି କେତେ ନାଟ  ।


ଗଣ ମାନେ ଆଜି ହୁଅ ଏକତ୍ରିତ 

ଗଣତନ୍ତ୍ର ରକ୍ଷା ପାଇଁ 

ଆମରି ହାତରେ ସୁନାର ଭାରତ 

ଯିବ ନିଶ୍ଚୟ ଆଗେଇ ।



Rate this content
Log in