STORYMIRROR

NIBEDITA MOHAPATRA

Others

3  

NIBEDITA MOHAPATRA

Others

ଆଜି ଦୋଳ ପୂର୍ଣ୍ଣିମା

ଆଜି ଦୋଳ ପୂର୍ଣ୍ଣିମା

1 min
471


ଆସିଲା ଦୋଳ ପୂର୍ଣ୍ଣମୀ
ସଜାଅ ଦୋଳ ବିମାନ
ନଗର ଭ୍ରମଣ କରିବେ
ରାଧାଙ୍କ ସଙ୍ଗେ କୃଷ୍ଣ।
ରଙ୍ଗ ପିଚକାରୀ ସାଥେ
ଧରି ଗୋପୀ ଗୋପାଳ
ମର୍ତ୍ତ୍ଯ ମଣ୍ତଳକୁ ଆସିବେ
ଆଜି ଦୋଳ ଗୋବିନ୍ଦ।
ଘରେଘରେ ପୁରେ ପୁରେ
ବସିବ ଶୁଭ କଳସ
ଦୁଆର ମୁହଁରେ ପଡିବ
ଝୋଟି ରଙ୍ଗ ମୁରୁଜ।
ବିବିଧ ବର୍ଣ୍ଣ ପୁଷ୍ପରେ
ସଜା ହେବ ବିମାନ
ବିଜେ କରିବେ ବୋଲି
ଶ୍ରୀ ମଦନ ମୋହନ।
ଫୁଲରେ ହୋଇବ ସଜା
ଘର ଆଉ ଦେବାଳୟ
ଅବତରିବେ ଏ ଧାମରେ
ସେ ମୋହନ ବଂଶୀଧର।
ଧୂପ ଦୀପ ନୈବେଦ୍ଯରେ
ମହକି ବାସିବ ଚଉଦିଗ
ପାଲଟି ଯିବ ସଂସାର
ଆଜି ପୁଣି ଗୋପପୁର।
ଗ୍ରାମେଗ୍ରାମେ ଲାଗି ହେବ
ଚଣା ଶାକରର ଭୋଗ
ଅବିର ଖେଳିବା ପାଇଁ
ସର୍ବେ ହୋଇବେ ଏକତ୍ର।
ଅବିରର ରଙ୍ଗ ଆଜି
ଭରିଦେବ କେତେ ଖୁସି
ନାଶ ହୋଇଯିବ ବିଘ୍ନ
ରହିବନି କିଛି ବିପତ୍ତି ।
ପୋଛି ଯାତନାର ଲୁହ
କରିବା ସଭିଙ୍କୁ କୋଳ
ବୋଳିବା ରଙ୍ଗ ଅବିର
ସଭିଏଁ ହୋଇ ଏକମେଳ।
ଭାଇଚାରାର ଏ ପରବ
ନାହିଁ କିଛି ଭେଦଭାବ
ଏକାକାର ହୋଇ ଆଜି
ପୂଜିବେ ରାଧା ମାଧବ।

ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍