STORYMIRROR

Santosh Pattnayak

Others

3  

Santosh Pattnayak

Others

ଆଜି ବି ମହକେ ମୋ'ଗାଆଁ ବାସ

ଆଜି ବି ମହକେ ମୋ'ଗାଆଁ ବାସ

1 min
136


ଆଜିବି ମହକେ ଗାଆଁଟିର ବାସ

ବଦଳିଛି ସିନା ତା'ପୁରୁଣା ବେଶ 

ମଦନା ଭାଇଟା ପଢି କିଛି ପାଠ 

ବିଲରୁ ସାଉଁଟେ ସକଳ ସୁଖ ।


      ବଦଳିନି ସେଇ ବାଡିର କଦଳୀ 

      ସ୍ବାର୍ଥୀ ହୋଇ ସିନା ଭାଇ କରେ କଳି 

      ବଦଳି ଯାଇଛି ଝାଟିମାଟି ଘର 

       କିଞ୍ଚିତ ବଞ୍ଚିଛି ସେନେହ ଆଦର ।


ରାଜନୀତି ଫାଶେ ଗ୍ରାମୀଣ ବିକାଶ 

ବନ୍ଧା ସିନା ଆଜି ଯୁବକ ସାହାସ 

ଦରଦୀ ହୃଦୟେ ଯନ୍ତ୍ରଣା ଅସହ୍ୟ 

ପାଶୋରି କି ହୁଏ ମାତୃଭୂମି ମୋହ !


      ସବୁଜିମା ଭରା ମୋ'ଛୋଟ ଗାଆଁ 

      ଗାଆଁ ନୁହେଁ ସେ ମୋଅରି ମାଆ

      ତା'ବିଲ, ବଣ,ନଈ ସରଗ ସମ

     ପ୍ରବାସେ ଦେହ ମୋ' ଗାଆଁରେ ମନ ।


ବାରି ଆମ୍ବଡାଳେ କୋଇଲିର ତାନ 

ସଞ୍ଜଫେରା ସେଇ ବଇଁଶୀର ସ୍ବନ

ଅଭୂଲା ସେ'ସ୍ମୃତି ଭୁଲିନି ଏ'ମନ 

ଶେଷ ଇଛା ସେଇ ଗାଆଁ ଶ୍ମଶାନ ।

      



Rate this content
Log in