STORYMIRROR

Jayashree Maharana

Others

3  

Jayashree Maharana

Others

ଆଜି ବି ଝୁରୁଛି ଭାରତ ଜନନୀ

ଆଜି ବି ଝୁରୁଛି ଭାରତ ଜନନୀ

1 min
238

ଆଜିବି ଝୁରୁଛି ଭାରତ ଜନନୀ ବୀର ଯବାନଙ୍କୁ ମନ ମଧ୍ୟରେ

ସେଦିନର ସେଇ ବିଭତ୍ସ ଘଟଣା ନାଚୁଅଛି ତା'ର ଦୁଇ ଆଖିରେ

ଶୁଖିନି ଏଯାଏଁ ରକତର ଛିଟା ଫୁଲୁଵାମାର ସେ ମାଟି ଉପରେ

ଗୁମୁରି ଗୁମୁରି କାନ୍ଦୁଛି ନୀରବେ ଆବୋରି ଅନେକ ବ୍ୟଥା ହୃଦରେ ।


ଆଜିବି ଝୁରନ୍ତି ଜନ୍ମଦାତ୍ରୀମାନେ ପୁଅକୁ ହରାଇ ଶୂନ୍ୟକୋଳରେ

ବାପର କାନ୍ଧରେ ବୋଝ ଲଦି ଧନ ଚାଲିଯାଇଅଛି ନିରିଭୟରେ

ଆତ୍ମୀୟସ୍ୱଜନ କାନ୍ଦୁଛି ପରାଣ ଫେରାଇବ କିଏ ହସ ଓଠରେ

ଦେଶବାସୀ ମନ ଭାରାକ୍ରାନ୍ତ ଆଜି ତୁମ ବିୟୋଗର ଭଙ୍ଗା ସ୍ମୃତିରେ ।


ଶୂନ୍ୟପଡିଅଛି ସଙ୍ଗିନୀର ମଥା ନାହିଁ ଜମା ହସ ତା'ର ଓଠରେ

ଚାଲିବ କିପରି ସାଥୀବିନା ଭାଳେ ଜୀବନର ଏଇ ଦୀର୍ଘ ରାସ୍ତାରେ

ବୁଣିଦେଵ କିଏ ସାହାସ ଶକତି କୁନି ଛୁଆଙ୍କର ମନ ପ୍ରାଣରେ

ବୈଧବ ଯନ୍ତ୍ରଣା କଳିବ କିଏ ସେ ସମାଜରେ ଗଢ଼ା ନୀତିପ୍ରଥାରେ ।


କରୁଛୁ ସଲାମ ହେ ବୀର ଯବାନ ଅମର ରହିଛ ଆମ ମନରେ

ଦେଶପାଇଁ ଦେବୁ ଜୀବନ ଆମର କରୁଛୁ ଶପଥ ସ୍ୱଚ୍ଛ ହୃଦରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍