STORYMIRROR

pranati Mahapatra

Others

4  

pranati Mahapatra

Others

ଆଜି ଆସିଛି ଢେଙ୍କାନାଳ

ଆଜି ଆସିଛି ଢେଙ୍କାନାଳ

1 min
30

ଢେଙ୍କାନାଳ ଜିଲ୍ଲା

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର

ବନ୍ୟପ୍ରାଣୀ ଘଞ୍ଚ ଅରଣ୍ୟରେ ପୂର୍ଣ୍ଣ

ଶବର ରାଜା ଢେଙ୍କ ନାମେ ନାମିତ

ଆମ ଢେଙ୍କାନାଳ ଜିଲ୍ଲା ହୋଇଲା ତ।(୧)


ଉତ୍ତର ପୂର୍ବରେ ଅଛି ପର୍ବତ

ସେ ପର୍ବତେ ମାଲ୍ୟଗିରି ଅବସ୍ଥିତ

କପିଳାସ ଶିବ ମନ୍ଦିର ସମେତ

ଅନନ୍ତଶୟନ,ସରାଙ୍ଗ ଢେଙ୍କାନାଳ ପ୍ରସିଦ୍ଧ।(୨)


କପିଳାସ ପାଦ ଦେଶେ ମୃଗବିହାର

 ବର୍ତ୍ତମାନ କ୍ଷୁଦ୍ର ଚିଡିଆଖାନା ନାମର

ହରିଣ ହାତୀ ନାନା ପଶୁପକ୍ଷୀ ଯେ କୁମ୍ଭୀର

ବିଭିନ୍ନ କିସମ ଦୋଳି ବଗିଚା ସୁନ୍ଦର।(୩)


କପିଳାସ ଅଭୟାରଣ୍ୟ ବଢାଏ ଶୋଭା

ହେଟାବାଘ ହାତୀ ସମ୍ବର ବାରହା

ଝିଙ୍କ ଭାଲୁ କୁଟୁରା ଅଜଗର ଠେକୁଆ

କିଙ୍ଗ କୋବ୍ରା କୋବ୍ରା ଉଡ଼ନ୍ତା ମୂଷା

ସାରିଆ ପତନି ଜୀବଜନ୍ତୁ ବସା।(୪)


ଯୋରନ୍ଦା ସପ୍ତଶଯ୍ୟା ରାମଚଣ୍ଡୀ ମନ୍ଦିର

କୁଆଲୋ ଦଣ୍ଡଧର କନକେଶ୍ଵର ମନ୍ଦିର

ବିଜେ ମହାପ୍ରଭୁ ସୃଷ୍ଟି କର୍ତ୍ତା ବିଷ୍ଣୁମନ୍ଦିର

ଆକୃଷ୍ଟ ପର୍ଯ୍ୟଟକ ଏ ସୌନ୍ଦର୍ଯ୍ୟ ର।(୫)


ଢେଙ୍କାନାଳର କପିଳାସ ମନ୍ଦିରରେ

ମହାପ୍ରଭୁ ଚନ୍ଦ୍ର ଶେଖର,

ତେରଶହ ବାବନ ପାହଚ ଉପରେ

ମହାପ୍ରଭୁ ଚନ୍ଦ୍ର ଶେଖର।(୬)


ବାମେ ପୟମାର୍ତ କୁଣ୍ଡ ଦକ୍ଷିଣେ ମରିଚି କୁଣ୍ଡ

ପାର୍ବତୀ କାର୍ତ୍ତିକେୟ ଗଣେଶ

ବିଷ୍ଣୁ ଶ୍ରୀରାମ ଗଙ୍ଗାମାତା ସହିତେ

ବୁଢା ଲିଙ୍ଗ ବିଶ୍ଵନାଥ ପୂଜିତ।(୭)


କପିଳ ମୁନିଙ୍କ ଆଶ୍ରମ ନାମେ

ହୋଇଲା ଯେ କପିଳାସ,

ମର୍ତ୍ତ୍ୟ ଦେବତାଙ୍କ ଦେବସଭା ହୁଏ

ନାମ ଯେ ଦ୍ଵିତୀୟ କୈଳାସ।(୮)


ତ୍ରେତୟାରେ ଥିଲା ବାଲ୍ମୀକି ଆଶ୍ରମ

ଥିଲେ ପରା ଲବକୁଶ,

ପ୍ରତାପଦେବଙ୍କ ବ୍ରହ୍ମ ହତ୍ୟା ଦୋଷ

ପାଇଁ ଥିଲେ ତପସ୍ୟାରତ। (୯)


ବ୍ରଜନାଥ ପୁଣି ବାଜିରାଉତ

ଏ ମାଟିର ଯେ ମହକ,

ଢେଙ୍କାନାଳ ଆଜି ଓଡିଶା ପ୍ରସିଦ୍ଧ

କପିଳାସ ଆଜି ବିଖ୍ୟାତ।(୧୦)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍