STORYMIRROR

Santosh Pattnayak

Others

2  

Santosh Pattnayak

Others

ଆଇନା

ଆଇନା

1 min
9K


ନିଖୁଣ ପଣେ ଯେ ନିଆରା ସୃଷ୍ଟିଟେ

ସ୍ୱଚ୍ଛତାର କଥା କହେ

ବୟସ ଅଥବା ସୁନ୍ଦରତା ହଉ

ଆକଳନ କରିଦିଏ ।

ମନ ଅବସାଦ ଖୁସିର ସମ୍ଭାର

ସବୁକୁ ବଖାଣେ ସିଏ

ଶରୀର ସଜ୍ଜାକୁ ପରଖିବା ପାଇଁ

ଆଦରର ଚିଜଟିଏ ।

ଜୀବନ ଜଞ୍ଜାଳେ ସମୟର କୋଳେ

ସତ୍ୟକୁ କରାଏ ସାମ୍ନା

ସୁପ୍ତ ମନଟିକୁ ଚେତନା ଯୋଗାଏ

ନାମଟି ତା'ର ଆଇନା ।

ସନ୍ତୋଷ ପଟ୍ଟନାୟକ, ବେଗୁନିଆ ପଡା ବ୍ଳକ୍, ଗଞ୍ଜାମ


Rate this content
Log in