STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ଆଇନ ଆଖିରେ ନାରୀ

ଆଇନ ଆଖିରେ ନାରୀ

2 mins
14K


ଆଇନ ଆଖିରେ ନାରୀ -----------------------------

ନାରୀ ସମାଜର ମର୍ଯ୍ୟାଦା ଆଜି ଦଳିତର ମୁଖରୀତ,

ରାୟ ଯାହା ଏଠି ବିଚାରପତିଙ୍କ ବିଚାର ରେ କଳଙ୍କିତ।

ସୃଷ୍ଟିର ସାଧନ ନାରୀ ସନ୍ମାନରେ ଯେଉଁ ପଦ ଅତି ଉଚ୍ଚ,

ମାତୃ, ଜାୟା, ଭଗ୍ନୀ, ପଦର ମହତ୍ବ ଆଜି ସାଜିବ କି ତୁଚ୍ଛ।

ସମ୍ବିଧାନ ର କି "ଅ, ବିଧାନ ଏହା ନାୟ ପୂର୍ଣ୍ଣ ସୁବିଚାର,

ଲଜ୍ଜା ପୂର୍ଣ୍ଣ ଯୁକ୍ତି ହୋଇଛି ଯା ଚୁକ୍ତି। କଳାପଟି ଆଇନର।

ଇଙ୍ଗିତ ଭଳି ଏ ଲାଗୁଛି ସଙ୍ଗତ ଏହି ଯେ ଲଙ୍ଗଳା ପ୍ରଥା,

ଦ୍ବିତୀୟରେ ବ୍ରହ୍ମା ସୃଷ୍ଟିର ସର୍ଜନ ଶୁଣି ଘୁରି ଯାଏ ମଥା।

ବେଦ ତ ବୁଡିଲା ପୁରାଣ ପୋଡ଼ିଲା ଛିଡିଲା ମହତ ଗଣ୍ଠି,

ଲଜ୍ଜ୍ଯା ଉଭେଇଲା ସଜ ବଡ଼ ହେଲା ମଧୁଶଯ୍ୟା ବଣ୍ଟା ବଣ୍ଟି।

ନାରୀ ପରା ସେହି ଘର ଭୁଆସୁଣୀ ଘରର ମାନ ସମ୍ମାନ,

କୁଳର ମର୍ଯ୍ୟାଦା ନିଜର ମହତ ବଂଶ ରକ୍ଷାକାରୀ ପୁଣ।

ଶିକ୍ଷାଦାନୀ ପଣେ ପ୍ରଥମ ଆସ୍ଥାନ ସମାଜ ମଙ୍ଗଳକାରୀ,

ନିଜେ ସୁଶିକ୍ଷିତା କଲ୍ୟାଣ ସାଧନେ ସୁଶିକ୍ଷାର ଲାଭ କରି।

ସଦା ସୁହାଗିନୀ ପତି ପରାୟଣା ରଚି ପତିବ୍ରତା ନୀତି,

ରତି ରସେ ଛନ୍ଦା ପତି ସ୍ନେହେ ବନ୍ଧା ଜୀବନେ ପାଏ ସୁଗତି।

ନାରୀ ଯେବେ ଆଜି ମୁକ୍ତ ସାଜିବ ଇଚ୍ଛା ଭରା ସମ୍ଭୋଗରେ,

ଦମ୍ଭ ରହିବ କି ବଂଶର ଉନ୍ନତି ଜାତି ଧ୍ବଂସ ଧରା ପରେ।

କଳି କାଳ ଆଜି କବଳିତ କରେ କଳୁଷିତ କଳ୍ପନାରେ,

କହିବା କାହାକୁ କରିବା କରମ ଧରମ କାନ୍ଦୁଛି ଧିରେ।

ସଂସ୍କାର ହଜିଛି ସଂସ୍କୃତି ବୁଡ଼ିଛି ସଭ୍ୟତା ଭବ୍ୟ ଚ଼େତନେ,

ଶିକ୍ଷା ଆଜି ଯାହା କକ୍ଷା ସାଜିଅଛି ପ୍ରକୃତିର ଉଲଙ୍ଘନେ।

ସ୍ବ କୃତି ବଳରେ ବିକୃତ ସାଧନ ନବ ରଙ୍ଗ ପ୍ରୋତ୍ସାହନେ।

ଇଚ୍ଛା ବଳେ ଜନେ ସ୍ବେଚ୍ଛାକୃତ ଭାବେ ଉଚ୍ଚ ଆସନର ଦମ୍ଭେ,

ଭୂଲି ଗୁରୁଜନ ଜାତିର ସମ୍ମାନ ମାନବିକତାର ଗର୍ବେ।

ଯୁବତୀ ଶୁଶୀଳା ସାଜିଛି କୁଟିଳା ପଞ୍ଚଶୀଳ ନୀତି ପାଠେ,

ଦେଖାଇ ଯୋଗ୍ୟତା ହୋଇ ଉନମତ୍ତା ଯଉବନ ନଈ ତୁଠେ।

ତୁଟିଲାଣି ଶାଢ଼ୀ ଓଢ଼ଣା ସମ୍ଭାର ବୁଲେଅର୍ଦ୍ଧନଗ୍ନା ବେଶେ,

ଶୋଷିତା ସାଜିଛି ଲୁଣ୍ଠିତା ଭୋଗୁଛି ଧର୍ଷିତା ହେଉଛି ଶେଷେ।

ସରମ ନାହିଁ ଏ ମାନବ ସମାଜେ ଉଚ୍ଚ ଶିକ୍ଷା ବିକାଶରେ,

ବିଜ୍ଞାନ ସାଧନେ ବିଶେଷ ଜ୍ଞାନରେ ହେୟଜ୍ଞାନେ ଅଜ୍ଞାନରେ।

ପାରୁଅଛ ଯଦି ନାରୀଙ୍କୁ ଦିଅ ହେ ଉଚ୍ଚ ଆସନେ ସମ୍ମାନ,

ମହତ ଥାଉ ହେ ଇଜ୍ଜତ ନ ଜାଇ ଲଜ୍ଜା ଟି ହେଉ ଭୂଷଣ।

ପୁରୁଷ ଭୂଷଣ ଉଚ୍ଚ ସନମାନ ନାରୀର ଭୂଷଣ ଲଜ୍ଜା,

ମାଆ ପଦ ସଦା ଅତୁଟ ରହୁ ହେ ଧରଣୀ ନ ସାଜୁ ବେଶ୍ୟା।

---------------------------------- ବିଷ୍ଣୁ ପ୍ରସାଦ ମିଶ୍ର କୋରାପୁଟ 9124049129


Rate this content
Log in