STORYMIRROR

pranati Mahapatra

Others

3  

pranati Mahapatra

Others

ଆହେ ମହାବାହୁ

ଆହେ ମହାବାହୁ

1 min
389


ଚକାଚକା ଆଖି ମେଲି ଅନେଇଛି

ଶ୍ରୀମନ୍ଦିରେ ମହାବାହୁ,

ଷାଠିଏ ପଉଟି ନିଇତି ଭୁଞ୍ଜୁଛି

ଅଛପା କାହାକୁ ଆଉ।

କଳିରେ ଦାରୁରେ ଦାରୁବ୍ରହ୍ମ ରୂପେ

ବସିଛି ବଡ଼ଦେଉଳେ,

ହାତ ପାଦ ସିନା ଅଧା ଅଧା ତା'ର

ଶୂନ୍ୟେ ଶୂନ୍ୟେ ସିଏ ଚଳେ।

ହଟିଆ ନଟିଆ କଳାସାଆନ୍ତ ମୋ

କରି କରାଉଛି ସବୁ,

ତା ରତ୍ନଭଣ୍ଡାର ଚାବିର ପ୍ରସଙ୍ଗ 

ଭେଳିକି ଦେଖାଏ ବାବୁ।

ହଜିଗଲା କୁଞ୍ଚି କେଣେ ନ ମିଳିଲା

କାଳିଆ ରତ୍ନଭଣ୍ଡାର ର,

ସେ ଳୀଳାମୟ,ଜଗତକରତା

ଲୀଳା ବିଚିତ୍ର ଯେ ତାର।

ଯାହା ଚାଲିଗଲା ଛାଡି ସେ କଥାକୁ

ତଳିତୁଳିଆ ଯା ଅଛି,

ହିସାବ କରି ସୁରକ୍ଷିତ ରଖିବା

ସେପାଇଁ ଧାରଣା ଦେଉଛି ।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ

ସଭିଏଁ ଏକତ୍ର ମିଳିବା,

କୋଟି ଓଡିଆର ମଉଡ଼ମଣି ଯେ

ତା ଆଭୂଷଣ ସୁରକ୍ଷିତ ରଖିବା।

ପ୍ରଥମେ କଟକ, ଦ୍ଵିତୀୟ ଶ୍ରୀକ୍ଷେତ୍ର

ତୃତୀୟେ ଜିଲ୍ଲା ଭଦ୍ରକ,

ଏକସ୍ଵରେ ମିଳି ଆମେ ଦୀପଜାଳି

ଡାକିବା 

ହେ ମହାବାହୁ ତୋତେ ତୁହି ନିଜେ ରଖ।

ଚାବି ହଜୁ ଅବା ଯାହା କିଛି ହେଉ 

ଆଉ ରାଜସ୍ୱ ନଷ୍ଟ ନ ହେଉ,

ଆରିଟିଏ ଆଣି ତାଲାକାଟି ଦେଇ

ରତ୍ନ ର ତାଲିକା ରହୁ।

ଏ ଭେଳିକି ବନ୍ଦ ହେଉ।

ଉଦ୍ଧାର ହେ ମହାବାହୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍