ଆଗମନୀ
ଆଗମନୀ
1 min
411
ଅଭ୍ରରଙ୍ଗ କାଶତଣ୍ଡୀ ଧରା ବକ୍ଷ ମଣ୍ଡେ
ନିର୍ମଳ ନଭ ବକ୍ଷରେ ଶୋହେ ମେଘଖଣ୍ଡେ।
ଆଖି ମିଟି ମିଟି କରି ତାରକାର ଗଣ
ଶରଦ ଶଶୀକୁ କରିଥାନ୍ତି ଆମନ୍ତ୍ରଣ।
ଶେଫାଳୀ ତନୁରୁ ଆସେ ଭୁରୁ ଭୁରୁ ଗନ୍ଧ
ଶୁଭ୍ର ସଙ୍ଗେ ନାରଙ୍ଗୀ ର ଅପରୂପ ସଙ୍ଗ।
ପିତୃପୁରୁଷଙ୍କୁ ପିଣ୍ଡ ଦାନ ପିତୃପକ୍ଷେ
ମହାଳୟା ତିଥି ପ୍ରବେଶଇ ଧରାବକ୍ଷେ।
ଯୋଗମାୟା ଜନନୀଙ୍କ ଆବାହନୀ ପାଇଁ
ଭକ୍ତ ଗଣ ନିର୍ନିମେଷେ ରହିଥାନ୍ତି ଚାହିଁ।
ମାତା ଦଶଭୂଜା ଅବତରୀ ଧରଣୀରେ
ଶତ୍ରୁ ସଂହାର ର ବାର୍ତ୍ତା ଦିଅନ୍ତି ସତ୍ତ୍ଵରେ
ମହିଷାସୁର ମର୍ଦ୍ଧିନୀ ଦୁର୍ଗା ମହାମାୟୀ
ଅକିଞ୍ଚନେ କୃପାବାରି ଦିଅ ବରଷାଇ।
କରୁଛି ଦୟିନୀ ମାଗୋ ଶକ୍ତି ସ୍ବରୁପିଣୀ
ଅଭୟ ପ୍ରଦାନ କର ଘେନି ମୋ ମାଗୁଣି।
