STORYMIRROR

Pramod Kumar Jena

Others

4.8  

Pramod Kumar Jena

Others

ଆଗେ-ଏବେ

ଆଗେ-ଏବେ

1 min
480




ଆଗେ......

ଆଗ କାଳ ଲୋକ ଦୁଃଖ ବାଣ୍ଟୁ ଥିଲେ

ସାଙ୍ଗକୁ ଯେବେ ଦେଖିଲେ

ବାପା ମାଆଙ୍କଠୁ ପିଲା ଛୁଆଙ୍କର

ଦେହ ପା ପଚାରୁଥିଲେ


ଏବେ......

କିଏ କହେ ପୁଅ ବିଲାତ ଫେରନ୍ତା

କୋଠା ବାଡି ଜମି ଜମା

କିଏ କହେ ଝିଅ ଜୋଇଁ ଚାକିରିଆ

ଲକ୍ଷେ କାହାର ଦରମା


ଆଉ ସବୁ ଦିନେ......

ନିର୍ଦ୍ଧନ ସାଙ୍ଗକୁ ଦେଖିଲେ ସଜାଗ

ଆଗରୁ କାଟନ୍ତି ବାଟ

ଉଧାର ମାଗିବେ କାଳେ ବନ୍ଧୁ ବର

ହୋଇଗଲେ ଭେଟ ଭାଟ

ପ୍ରମୋଦ କୁମାର ଜେନା



Rate this content
Log in