STORYMIRROR

Pramod Kumar Jena

Others

4.8  

Pramod Kumar Jena

Others

ଆଗେ-ଏବେ

ଆଗେ-ଏବେ

1 min
485




ଆଗେ......

ଆଗ କାଳ ଲୋକ ଦୁଃଖ ବାଣ୍ଟୁ ଥିଲେ

ସାଙ୍ଗକୁ ଯେବେ ଦେଖିଲେ

ବାପା ମାଆଙ୍କଠୁ ପିଲା ଛୁଆଙ୍କର

ଦେହ ପା ପଚାରୁଥିଲେ


ଏବେ......

କିଏ କହେ ପୁଅ ବିଲାତ ଫେରନ୍ତା

କୋଠା ବାଡି ଜମି ଜମା

କିଏ କହେ ଝିଅ ଜୋଇଁ ଚାକିରିଆ

ଲକ୍ଷେ କାହାର ଦରମା


ଆଉ ସବୁ ଦିନେ......

ନିର୍ଦ୍ଧନ ସାଙ୍ଗକୁ ଦେଖିଲେ ସଜାଗ

ଆଗରୁ କାଟନ୍ତି ବାଟ

ଉଧାର ମାଗିବେ କାଳେ ବନ୍ଧୁ ବର

ହୋଇଗଲେ ଭେଟ ଭାଟ

ପ୍ରମୋଦ କୁମାର ଜେନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍