Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIBEDITA MOHAPATRA

Others

2  

NIBEDITA MOHAPATRA

Others

ଆଧୁନିକତା

ଆଧୁନିକତା

1 min
137


ଆଧୁନିକତା ସ୍ପର୍ଶେ ବଦଳି ଯାଇଛି

ସୁନ୍ଦର ମୋ' ଗାଁ ମାଟି

ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇ ସାଜିଛିନିସ୍ବ ରୂପବତୀଟି।

କଚ୍ଚା ମାଟିର ରାସ୍ତାକୁ ଢାଙ୍କି ଦେଇଛିକଂକ୍ରିଟ ଆବରଣକାଦୁଆ ମାଟିର ସୁଗନ୍ଧ ମିଳୁନାହିଁକରିବାକୁ ଆଘ୍ରାଣ।

ଝାଟିମାଟିର ସେ ନୁଆଁଣିଆ ଘରରବଦଳିଯାଇ ରୂପସବୁଠି ରହିଛି ଇନ୍ଦିରା ଆବାସରପକ୍କାଘର ସ୍ବରୂପ।

କାଠର ଢ଼ିଙ୍କି ଅବା ପଥରର ଶିଳନାହିଁ କାହାରି ଘରେଘୋରଣା ପେଷଣାର ଘର୍ଘର ଶବଦବାଜୁ ନାହିଁ କର୍ଣ୍ଣରେ।

ଅଗଣାରେ ନାହିଁ ତ ବାଉଁଶର ଭାଡିକଖାରୁ ପୋଇ ଲଟାପ୍ରସ୍ତୁତ ହେଉ ନାହିଁ ଆଣ କି ମସଲାଶିଳରେ ହେଇ ବଟା।

ଘରେ ମଧ୍ୟେ ଇଶାଣ କୋଣଟିଏ ଅବାନାହିଁ ତ ଷଠିଘରଖାଦ୍ୟ ସାଇତି ରଖିବାକୁ ନାହିଁ କାହିଁଶିକାଟେ ଦ‌ଉଡିର।

ବନ ମାଟିର ଚୂଲି କଂସାର ବାସନଲାଗେ ସାତ ସପନଗୋବର ପାଣି ଲିପା ଝୋଟି ଚିତା କାନ୍ଥହୋଇଛି ତ ବିଲୀନ।

ଜେଜେମାଆ ହାତର ବେସର ମହୁରପଖାଳ ଶାଗ ଭଜାବଡ଼ିଚୁରା ପୋଡ଼ା ବାଇଗଣ ସ୍ବାଦର ଲୁପ୍ତ ହେଲାଣି ମଜା।

ବେଳ ବୁଡିଗଲେ ଭାଗବତ ଟୁଙ୍ଗିରେଜମୁ ନାହିଁ ତ ଭିଡ଼ବରଗଛ ଚାନ୍ଦିନୀ ମୂଳେ ଯୁବକଙ୍କହ‌ଉନି ତାସ ମାଡ଼।

ନବବଧୂ ମଥାରେ ଓଢଣୀ ଦେବାକୁକରୁଛି ପ୍ରତିବାଦଶାଢ଼ୀ ଛାଡ଼ି ସାଲ‌ଓ୍ବାର ପିନ୍ଧି କରୁଛିନଣନ୍ଦ ସାଙ୍ଗେ ବାଦ।

ଗୁହାଳ ଗୋବର କାମ କରିବା ପାଇଁକର‌ଇ ସେ ଯେ ଘୃଣା ଟେଲିଭିଜନର ସିରିୟଲ କରିଛିବୁଦ୍ଧିକୁ ତା'ର ବଣା।

ଧାନ ବିଲରୁ ଶୁଭୁନି ଚଷା ଭାଇରସେଇ ହଳୁଆ ଗୀତଲଙ୍ଗଳ, ବଳଦ ବଦଳରେ ସାଜିଛିଟ୍ରାକ୍ଟର ଆଜି ମିତ।

ରଜଦୋଳି ଖେଳ କୁଆଁର ପୁନେଇଁରେଚାନ୍ଦପୂଜା ହେଉନି କୁମାରୀ ଝିଅର ଓଷାପୂଜାରେ ଏବେମନ ଜମା ଲାଗୁନି।

ମୋବାଇଲ ସବୁରି ଶ୍ରେଷ୍ଠ ବନ୍ଧୁ ସାଜିକରିଛି ବିମୋହିତସମ୍ପର୍କର ମୂଲ୍ୟକୁ ନବୁଝି ପାରନ୍ତିହୋଇ ତା ପଛେ ମତ୍ତ।

ପରମ୍ପରା ସଂସ୍କୃତି ମହକ ମାଟିରଗଲାଣି ସବୁ ହଜିପାଶ୍ଚାତ୍ୟ ଧାରାରେ ପରିବର୍ତ୍ତନ ହୋଇଛିଗାଁ ରୂପରେଖ ଆଜି।


Rate this content
Log in