STORYMIRROR

ଲିମନ ଦିଦି

Others

3  

ଲିମନ ଦିଦି

Others

ଆଚାର

ଆଚାର

1 min
282


କାନ୍ତବାବୁଙ୍କର ଇଂରାଜୀ ବୋହୂ

"Work from home" କରୁଥିଲା

"ଆଚାର, ଆଚାର" କର୍ଣ୍ଣେ ବାଜିବାରୁ

କୁଞ୍ଚ ଧରି ଧାଇଁଗଲା।


ଭଳିକି ଭଳିଆ ଚାଖି କି ବାଛି କି

ପୁଳାଏ ଆଚାର କିଣୁଥିଲା

ରାସ୍ତାରୁ ଶ୍ବଶୁର ଆସୁଥିବା ଦେଖି

ମୁରୁକି ଟିକିଏ ହସିଦେଲା ।


କାନ୍ତ ବାବୁ ମନ ହୋଇଲା ଉଚ୍ଛନ୍ନ

ପହଞ୍ଚିଲେ ପତ୍ନୀ ପାଖରେ

କୁତୁକୁତୁ ହୋଇ ଠରାଠରି କରି

କ'ଣ କହିଦେଲେ କାନରେ ।


ଲକିର ମମି ଯେ ଉଡି ଉଡି ଗଲେ

ଘର ସାରା ଯେତେ କାନ

ସଭିଁଙ୍କ ମୁହଁରେ ଆନନ୍ଦର ହସ

ପ୍ରକଟ ହେଲା ତତକ୍ଷଣ ।


ନଣନ୍ଦ ଯାଇ କି କୁଣ୍ଢେଇ କହିଲା

ଆଚାର ଯାଏଁ କଥା ଗଲାଣି

ଆମକୁ ଟିକିଏ ଜଣାଇଲ ନାହିଁ

ଭାଉଜ ଠିକ୍ କଲନି ।


କଥା ଶୁଣିବାକୁ ମନ ଛନଛନ

ରଖି କାନ୍ଥ ଆରପଟେ କାନ

 କୌତୁହଳ ମନେ ଠରାଠରି ହ୍ବନ୍ତି

ଶୁଣିବେ ପୁରା ବର୍ଣ୍ଣନ ।


ତୁମେ ଜାଣିଥିବ ଜେଜିଙ୍କଠୁ ଶୁଣି

ବୋହୂ ଉତ୍ତର ଭାଷିଲେ

ସୁଆଚାର ଥିଲେ ଲକ୍ଷ୍ମୀ ବିରାଜନ୍ତି

ଦାସେ ପୁରାଣେ ଲେଖିଲେ ।


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍