STORYMIRROR

Minakshi Samal

Others

3  

Minakshi Samal

Others

ଆବେଗ

ଆବେଗ

1 min
255

ମନୁଷ୍ୟ ଜୀବନ ........

ହସ,କାନ୍ଦ,ସୁଖ,ଦୁଃଖର 

ଏକ ବିଶାଳ ସମାହାର।

ସୁଖ ପରେ ଦୁଃଖ........

ନିୟମ ସମୟ ଚକ୍ରର

ମାନିବାକୁ ହୁଏ ସତତ ନିର୍ଦ୍ଦେଶ ନିୟତିର।

ଦୁଃଖର ବେଳାରେ.....

ମଣିଷ ଚାହିଁ ଥାଏ ଟିକିଏ ଆଶ୍ବାସ 

ସ୍ନେହ ବୋଳା କଥା ପଦେ ଭରିବାକୁ ମନରେ ବିଶ୍ବାସ।

ପଥହରା ହୋଇଗଲେ.....

ଶଙ୍କିତ ମନ ଖୋଜେ ଆପଣାର ହାତ

ହାତଧରି କଢାଇ ନେବାକୁ ଠିକଣାର ପଥ।

ଛୋଟ ଛୋଟ ଖୁସିର ମୁହୁର୍ତ୍ତରେ.....

ପର ଆପଣା ସମସ୍ତଙ୍କ ଗହଣରେ

ବାଣ୍ଟିଦେଲେ ଖୁସି ପ୍ରସନ୍ନତା ଭରିଯାଏ ମନରେ।

ରାଗ,ରୁଷା,ହସ,କାନ୍ଦ.....

ଆବେଗରେ ଭରା ଏ ଜୀବନ

ଅତିକ୍ରମ କରାଯାଏ ଅଙ୍କାବଙ୍କା ରାସ୍ତା ସଙ୍ଗେ ଥିଲେ ବନ୍ଧୁ,ପରିଜନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍